ହେଡଲାଇନସ୍:

ଅକ୍ଟୋବର  ୨୮ ଏବଂ ନଭେମ୍ବର ୪ ଓ ୧୧ ତାରିଖରେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେବ ପେନସନ ଅଦାଲତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଅବସର ଗ୍ରହଣ ପରେ ଶିକ୍ଷକମାନଙ୍କୁ ସେମାନଙ୍କ ପେନସନ୍, ଗ୍ରାଚୁ୍ୟଇଟି ଓ ଅନ୍ୟାନ୍ୟ ଉପଲବ୍ଧ ଅବସରକାଳୀନ ସୁବିଧସୁଯୋଗ ତୁରନ୍ତ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ପେନସନ୍ ଅଦାଲତ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ହୋଇଛିା

ଅକେଫାବର ୨୮, ନଭେମ୍ବର ୪ ଓ ୧୧ ତାରିଖ ମଧ୍ୟରୁ ଯେକୌଣସି ଗୋଟିଏ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ପେନସନ ଅଦାଲତ ମାଧ୍ୟମରେ ଶିକ୍ଷକମାନଙ୍କର ପେନସନ ଓ ଗ୍ରାଚୁଇଟି ସଂପର୍କିତ ମାମଲା ଫଇସଲା କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛିା  ପ୍ରଥମ ଅଦାଲତକୁ ଆସିଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଯଦି କୌଣସି ନଥିପତ୍ର ଉପସ୍ଥାପନାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ ତେବେ ଅଧିକାରୀଙ୍କ ପରାମର୍ଶ କ୍ରମେ ପୁନର୍ବାର ପରବର୍ତ୍ତୀ ପେନସନ୍ ଅଦାଲତରେ ଉପସ୍ଥିତ ରହି ସେମାନଙ୍କ ମାମଲାକୁ ଫଇସଲା କରିବାର ସୁଯୋଗ ନେବାକୁ ପେନସନଧାରୀମାନଙ୍କୁ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମଧ୍ୟ ପରାମର୍ଶ ଦିଆଯାଇଛିା

ଅନେକ କ୍ଷେତ୍ରରେ ସର୍ଭିସ୍ ବୁକ୍ ନମିଳିବା, କୋର୍ଟ କେସ୍, ଚାକିରିରେ ଅନିୟମିତା, ଉତ୍ତରାଧିକାରୀ ପ୍ରମାଣପତ୍ରର ଅଭାବ, ଦାଖଲ କରାଯାଇଥିବା ପେନସନ୍ କାଗଜପତ୍ରରେ ତ୍ରୁଟି ଇତ୍ୟାଦି କାରଣରୁ ଶହ ଶହ ଶିକ୍ଷକ ଦୀର୍ଘ ବର୍ଷ ଧରି ପେନସନ୍ ସମେତ ସେମାନଙ୍କ ଅବସରକାଳୀନ ସୁବିଧା ନପାଇବା ବିଭାଗର ଦୃଷ୍ଟିକୁ ଆସିବା ପରେ ପେନସନ୍ ଅଦାଲତ ମାଧ୍ୟରେ ଏହି ମାମଲାଗୁଡ଼ିକ ତୁରନ୍ତ ଫଇସଲା କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛିା ଏହି ପେନସନ୍ ଅଦାଲତ ଅନୁଷ୍ଠିତ ହେବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀମାନେ ପ୍ରଭାବିତ ପେନସନ୍ଧାରୀଙ୍କୁ ଯଥେଷ୍ଟ ପୂର୍ବରୁ ସଠିକ୍ ଭାବରେ ଯୋଗାଯୋଗ କରିବେ ଏବଂ ସେମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛିା ଯଦି କୌଣସି ପେନସନଧାରୀ ପେନସନ ଅଦାଲତ ଅନୁଷ୍ଠିତ ହେଉଥ#ବା ସଂପର୍କରେ ସୂଚନା ପାଇନଥିବେ  ସେମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗଯୋଗ କରି ପେନସନ ଅଦାଲତର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ନିର୍ଘଣ୍ଟ ବାବଦରେ ଅବଗତ ହେବାକୁ ବିଭାଗ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛିା 

 

0
0
0
s2sdefault