ହେଡଲାଇନସ୍:

ଉଚ୍ଚଶିକ୍ଷା ବିଭାଗ କଲା ବଦଳି, ବିଜେପି ଶରଣରେ ଅଧ୍ୟାପିକା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଦଳିକୁ ନେଇ ରାଜନୀତିକରଣ : ବଦଳି ବାତିଲ ନିମନ୍ତେ ଛାତ୍ରୀ ଆନ୍ଦୋଳନ ଆରମ୍ଭ

ହେଲେ ଅଧ୍ୟାପିକା ମହୋଦୟ କଣ କୋଳି ଖାଇ କଣ କୋଳି ମଞ୍ଜି ପୋତିଛନ୍ତି ଯେ ବଦଳି ହେବନି !

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଜ୍ୟୋତ୍ସ୍ନା ପାତ୍ର ଓ ରାଜନୀତି ବିଜ୍ଞାନର ଅଧ୍ୟାପକ ସୁଶାନ୍ତ ସାହୁଙ୍କ ବଦଳିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ହସ୍ତ ମୋଦି ଭାବେ ବ୍ୟବହାର କରାଯାଇ ମହାବିଦ୍ୟାଳୟରେ ଏହି ଦୁଇ ଜଣଙ୍କ ବଦଳି ବାତିଲ ନିମନ୍ତେ ଛାତ୍ରୀ ଆନ୍ଦୋଳନ  ଆରମ୍ଭ ହୋଇଛି । ସୋମବାର ମହାବିଦ୍ୟାଳୟର ଫାଟକରେ ତାଲା ପକାଇଥିଲେ ଛାତ୍ରୀମାନେ । ମହାବିଦ୍ୟାଳୟରୁ ରିଲିଭ ହୋଇଥିବା ଅଧ୍ୟାପିକା ଜ୍ୟୋତ୍ସ୍ନା ପାତ୍ର ଏବଂ ଅଧ୍ୟାପକ ସୁଶାନ୍ତ ସାହୁଙ୍କୁ ତୁରନ୍ତ ମହାବିଦ୍ୟାଳୟକୁ ଫେରାଇ ଅଣିବା ସହିତ ମହାବିଦ୍ୟାଳୟରେ ନିର୍ବାଚନ କରାଯିବା ନିମନ୍ତେ ଦୁଇଟି ଦାବିକୁ ନେଇ ଛାତ୍ରୀମାନେ ଫାଟକ ସମ୍ମୁଖରେ ନାରାବାଜି ଆରମ୍ଭ କରିଥିଲେ । ଖବର ପାଇ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଞ୍ଜବନ ପୃଷ୍ଟି ପହଁଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରି ସେମାନଙ୍କର ଦାବିକୁ ଗ୍ରହଣ କରିଥିଲେ ଏବଂ ଏହାକୁ ଶିକ୍ଷାନିର୍ଦେଶକଙ୍କ ନିକଟକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ୨୬ ମଧ୍ୟରେ ଛାତ୍ରୀମାନଙ୍କ ଦାବି ସମାଧାନ କରାଇବାର ରାସ୍ତା ବାହାର କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଫାଟକରୁ ତାଲା ହଟିଥିଲା । 

ମହାବିଦ୍ୟାଳୟର ଫାଟକରେ ତାଲା ପକାଇ ଛାତ୍ରୀମାନେ ସେମାନଙ୍କର ଦୁଇ ଦଫା ଦାବିକୁ ନେଇ ଆନ୍ଦୋଳନ  ଆରମ୍ଭ କରିଥିବା ବେଳେ  ନାଏକ ଓ ତ୍ରିପାଠୀ ସଂଜ୍ଞାଧାରୀ  ବିଜେପିର ମହିଳା ନେତ୍ରୀ ସହିତ ଅନ୍ୟ କେତେକ କର୍ମୀ ଉପସ୍ଥିତ ରହି ଆନ୍ଦୋଳନକାରୀ  ଛାତ୍ରୀମାନଙ୍କୁ ଉସୁକାଉ ଥିବାର ଦେଖିବାକୁ ମିଳିଥିଲା । ଶ୍ରୀମା ମହିଳା ମହାବିଦ୍ୟାଳୟରେ ଜ୍ୟୋତ୍ସ୍ନା ପାତ୍ର ୨୬ ବର୍ଷରୁ ଅଧିକ ସମୟ ଧରି ଗୃହ ବିଜ୍ଞାନର ଅଧ୍ୟାପିକା ଭାବେ କାର୍ଯ୍ୟ କରିଆସୁଥିଲେ । ସେହିପରି ସୁଶାନ୍ତ ସାହୁ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ୪ ବର୍ଷରୁ ଅଧିକ ସମୟ ଶିକ୍ଷାଦାନ କରି ଆସୁଥିବା ବେଳେ ଏହି ଦୁଇ ଜଣଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶକଙ୍କ ଆଦେଶନାମାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀପୃଷ୍ଟି ରିଲିଭ ଅର୍ଡର ଧରାଇ ଦେଇଥିଲେ । କିନ୍ତୁ ଏମାନେ ମହାବିଦ୍ୟାଳୟରେ କୋଳିଖାଇ କୋଳିମଞ୍ଜି ପୋତିବା ନ୍ୟାୟରେ ନିଜର ବଦଳିକୁ ବାତିଲ କରାଇବା ନିମନ୍ତେ ରାଜନୀତି ସ୍ତରରେ ଉଦ୍ୟମ ଆରମ୍ଭ କରି ଶେଷରେ ବିଫଳ ହୋଇ ଶେଷରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଢ଼ାଲ କରିବା ସଂଗେସଂଗେ ବିଜେପିର ଶରଣ ପଶିଛନ୍ତି ବୋଲି ସହରରେ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏଥି ସହିତ ଅଧ୍ୟାପିକା ଜ୍ୟୋତ୍ସ୍ନା ପାତ୍ର ମହାବିଦ୍ୟାଳୟର ସଭାପତି ତଥା ବାରିପଦା ବିଧାୟକ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କୁ ତାଙ୍କର ବଦଳି ନିମନ୍ତେ ସିଧାସଳଖ ଦାୟୀ କରାଇ କରୁଥିବାର ଶୁଣିବାକୁ  ମିଳିଛି ।

 ଅନ୍ୟପକ୍ଷରେ ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟକ୍ଷ ଶ୍ରୀପୃଷ୍ଟିଙ୍କ ପ୍ରତିଶ୍ରୁତି ଅନୁସାରେ ୨୬ ତାରିଖକୁ ଅପେକ୍ଷା କରିଛନ୍ତି । ଯଦି ସେମାନଙ୍କ ଦାବିକୁ ପୂରଣ କରା ନ ଯାଏ ତେବେ ୨୭ରୁ ମହାବିଦ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ  ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଏ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଏ ବଦଳିକୁ ଦ୍ୱାରା କାହିଁକି ? ସରକାରୀ ନିର୍ଦେଶକୁ ବେଖାତିର କାହିଁକି ? ସେମାନେ ଏମିତି କଣ କରିଛନ୍ତି ଯେ ସେମାନଙ୍କ ବଦଳି ରୋକିବାକୁ ବିଜେପି ନେତ୍ରୀ ମାନେ ଆଗେଇ ଆସୁଛନ୍ତି ? ସରକାରଙ୍କ ଠୁ ଦରମା ନେଇ ସରକାରଙ୍କ ନୀତି ନିୟମକୁ ନମାନିବା କାରଣ କଣ ! ସରକାରୀ ଆଦେଶର ଊର୍ଧ୍ୱରେ ସେ ଦୁଇ ଅଧ୍ୟାପକ ! ଦେଖାଯାଉ ଉଚାଶିକ୍ଷା ବିଭାଗ ଆଦେଶ କାର୍ଯ୍ୟକାରୀ ହେଉଛି ନ ଉଛଂଶିକ୍ଷା ବିଭାଗ ଛେପ ଢୋକୁଛି !

 

0
0
0
s2sdefault