ହେଡଲାଇନସ୍:

 ହିତାଧିଙ୍କରୀ ଶୋଷଣର ମାଧ୍ୟମ ପାଲଟିଛି ଜିଏସଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ବିକ୍ଷୋଭ

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର ,: କେନ୍ଦ୍ର ସରକାରଙ୍କ ନୂତନ ‘ଦ୍ରବ୍ୟ ଏବଂ ସେବା କର’ ବ୍ୟବସ୍ଥା ‘ଜିଏସଟି’ର ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ବାଲେଶ୍ୱର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ବାଣିଜ୍ୟ କର କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏକକ କର ବ୍ୟବସ୍ଥାରେ ହିତାଧିକାରୀଙ୍କୁ ରୀତିମତ ଶୋଷଣ କରାଯାଉଥିବା ଆଇନଜୀବୀମାନେ ଆରୋପ ଉଠାଇଛନ୍ତି । ୨୦୦୫ ମସିହାରେ ପ୍ରଚଳିତ ଭ୍ୟାଟ୍ ବ୍ୟବସ୍ଥାରେ ରିଟର୍ଣ୍ଣ ଦାଖଲ ସମୟରେ ହିତାଧିକାରୀଙ୍କ ପ୍ରତି ଥିବା କୋହଳ ମନୋଭାବ ସମ୍ପ୍ରତି ଶୋଷଣ ନୀତିକୁ ପରିବର୍ତ୍ତିତ ହୋଇଥିବା ସେମାନେ କହିଛନ୍ତି । ଜିଏସଟି ପ୍ରଦାନ ଓ ସମୟାନୁସାରେ ରିଟର୍ଣ୍ଣ ଦାଖଲ ସମ୍ପର୍କରେ ବାଣିଜ୍ୟକର ବିଭାଗୀୟ ଅଧିକାରୀମାନେ ଅଦ୍ୟାବଧି ସମ୍ପୂର୍ଣ୍ଣ ଅଜ୍ଞ ଥିବା ବେଳେ ନିଲ୍ ଟ୍ୟାକ୍ସ ହିତାଧିକାରୀଙ୍କଠାରୁ ଦୈନିକ ୨ଶହ ଟଙ୍କା  ଆଦାୟ ଅସହ୍ୟ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ସରକାରଙ୍କ ନୂତନ ନିୟମ ଅନୁସାରେ ଅପ୍ ଲାଇନ୍ ପରିବର୍ତ୍ତେ ଅନଲାଇନରେ ମାସିକ ରିଟର୍ଣ୍ଣ ପ୍ରଦାନ ପାଇଁ କୁହାଯାଇଥିଲେ ବି ଏହି ବ୍ୟବସ୍ଥା ପାଇଁ ଆବଶ୍ୟକ ‘କମ୍ପନିସେସନ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ’ ବିଭାଗ ନିକଟରେ ଉପଲବ୍ଧ ହୋଇ ପାରିନାହିଁ । ମାତ୍ର ନିଲ୍  ପେମେଣ୍ଟ କ୍ଷେତ୍ରରେ ରିଟର୍ଣ୍ଣ ଦାଖଲ ପାଇଁ ଗୋଟିଏ ଦିନର ବିଳମ୍ବ ନିମନ୍ତେ ହିତାଧିକାରୀଙ୍କଠାରୁ ଜବରଦସ୍ତ ଜରିମାନା ଆଦାୟ କରିବା ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି ଆଇନଜୀବୀମାନେ କହିଛନ୍ତି । ସବୁଠାରୁ ବଡ଼କଥା ହେଲା ଜିଏସଟି ରିଟର୍ଣ୍ଣ ଦାଖଲ ବାବଦରେ ବିଭାଗୀୟ ଅଧିକାରୀମାନେ କୌଣସି ତଥ୍ୟ ଦେଇ ପାରୁନଥିବା ବେଳେ କେଉଁ ନିୟମ ବଳରେ ସେମାନେ ଫାଇନ୍ ଆଦାୟ କରୁଛନ୍ତି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ତୁରନ୍ତ ଏହି ବ୍ୟବସ୍ଥାର ସଂଶୋଧନ ସହ ଉଭୟ ଅପ-ଲାଇନ୍ ଓ ଅନ ଲାଇନରେ ରିଟର୍ଣ୍ଣ ଦାଖଲ ବ୍ୟବସ୍ଥା ଚାଲୁ କରିବା, ମାସିକ ପରିବର୍ତ୍ତେ ତିନିିମାସରେ ରିଟର୍ଣ୍ଣ ଦାଖଲ କରିବା, ବିଭାଗୀୟ ଅଧିକାରୀଙ୍କୁ ଜିଏସଟି ନିୟମ କାନୁନ୍ ସମ୍ପର୍କରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ, ନିଲ୍ ପେମେଣ୍ଟ ଭିତ୍ତିକ ରିଟର୍ଣ୍ଣ କ୍ଷେତ୍ରରେ ବିଳମ୍ବ ଜନିତ ଜରିମାନା ଆଦାୟ ବନ୍ଦ ପାଇଁ ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଦାବି ହୋଇଛି । ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ  ତୀବ୍ରତର ହେବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ଜିଏସଟି ଆୟୁକ୍ତଙ୍କ ଉଦ୍ଦେଶ୍ୟ  ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଣିଜ୍ୟ କର ବିଭାଗ ଯୁଗ୍ମ ଆୟୁକ୍ତ ଅକ୍ଷୟ କୁମାର ପାଟଯୋଶୀଙ୍କୁ ପ୍ରଦାନ କରାଯାଇଥିଲା । ଆଇନଜୀବୀ କମଳାକାନ୍ତ ମହାକୁଡ଼, ଶୁଭଶ୍ରୀ ମହାପାତ୍ର, ସୂର୍ଯ୍ୟକାନ୍ତ କର, ସମରେନ୍ଦ୍ର ଦାସ, ବିଭୂରଂଜନ ମିଶ୍ର, ନିଶାନ୍ତ ପଟ୍ଟନାୟକ, ବିଜୟ ରାଉତ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ବାଲେଶ୍ୱର ଟ୍ୟାକ୍ସ ବାର ଆସୋସିଏସନର ବହୁ ସଦସ୍ୟ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇଥିଲେ । 

 

0
0
0
s2sdefault