ହେଡଲାଇନସ୍:

ଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ କର୍ତ୍ତୃପକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର ମହିଳା କଲେଜରେ କ୍ଷୁଦ୍ର ଛାତ୍ରୀ ସଂସଦ ଗଠିତ

ବାଲେଶ୍ୱର: ଦୀର୍ଘଦିନର ଆନ୍ଦୋଳନ  ପରେ ଛାତ୍ରୀଙ୍କ ଦାବିକୁ ଗ୍ରହଣ ସହ ବାଲେଶ୍ୱର ମହିଳା କଲେଜ୍ କର୍ତ୍ତୃପକ୍ଷ ‘ପରୋକ୍ଷ ଗଣତନ୍ତ୍ର’ ପଦ୍ଧତିରେ ୩ ଜଣିଆ ଏକ କ୍ଷୁଦ୍ର ଛାତ୍ରୀ ସଂସଦ ଗଠନ କରିଛନ୍ତି । ଅନ୍ୟାନ୍ୟ କଲେଜ ଭଳି ନିର୍ବାଚନ ପରିବର୍ତ୍ତେ କାମଚଳା ଭାବେ ୩ ଜଣ ଛାତ୍ରୀ ପ୍ରତିନିଧିଙ୍କୁ ଆଜି ଚୟନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ  ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ହୋଇଥିବା ଛାତ୍ରସଂସଦ ନିର୍ବାଚନରେ ଏହି କଲେଜ ସାମିଲ ହୋଇନଥିବା ବେଳେ ବାରମ୍ବାର ଦାବି ପରେ ଛାତ୍ରୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ । ମାତ୍ର କଲେଜ୍ କର୍ତ୍ତୃପକ୍ଷ ସେଥିପ୍ରତି କର୍ଣ୍ଣପାତ ନକରିବା ଦେଖି ଛାତ୍ରୀମାନେ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଶାସନର ନିର୍ଦ୍ଦେଶ କ୍ରମେ କର୍ତ୍ତୃପକ୍ଷ  ନିର୍ବାଚନ ପରିବର୍ତ୍ତେ ମନୋନୟନ ପ୍ରକ୍ରିୟାରେ ଶ୍ରେଣୀ ପ୍ରତିନିଧି ଚୟନ କରିଥିଲେ । ଏନେଇ ଯୁକ୍ତତିନି ବିଭାଗର ୩ ଶ୍ରେଣୀରୁ ୩୦ ଜଣ ଛାତ୍ରୀଙ୍କ ନାମ ସୁପାରିଶ କରାଯାଇଥିଲା । ପରୀକ୍ଷାରେ ଅଧିକ ରଖିଥିବ, ଚାରିତ୍ରିକ ଦୃଷ୍ଟିରୁ ଉତ୍ତମ ହୋଇଥିବ ଓ ଆଶାନୁରୂପକ ଉପସ୍ଥାନ ହାରକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟକ୍ଷ ଗଣତନ୍ତ୍ର ପଦ୍ଧତିରେ କଲେଜ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ୩୦ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରତିନିଧିଙ୍କୁ ଛାତ୍ରୀମାନେ ସମର୍ଥନ ଦେଇ ଚୟନ କରିଥିଲେ ।  ଚୟନ ହୋଇଥିବା ପ୍ରତିନିଧିମାନେ ହେଲେ ଯୁକ୍ତିତିନି ତୃତୀୟ ବର୍ଷର ଛାତ୍ରୀ ପିଙ୍କିରାଣୀ ସାହୁ, ଦ୍ୱିତୀୟ ବର୍ଷର ଛାତ୍ରୀ ପୂରବୀ ପରିଡ଼ା ଓ ପ୍ରଥମ ବର୍ଷର ଛାତ୍ରୀ ଲକ୍ଷ୍ମୀ ଖିଲାର । ଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସାଙ୍ଗକୁ କଲେଜ୍ର ଉନ୍ନିତି ପାଇଁ ଏହି ପ୍ରତିନିଧିମାନେ କାର୍ଯ୍ୟ କରିବେ ବୋଲି ସେମାନେ କହିଛନ୍ତି । ତେବେ ଆସନ୍ତା ବର୍ଷ ଏହି ମହାବିଦ୍ୟାଳୟରେ ଛାତ୍ରୀ ସଂସଦ ନିର୍ବାଚନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 

0
0
0
s2sdefault