ହେଡଲାଇନସ୍:

ବିସିଇଟି ମୁଖ୍ୟଙ୍କୁ ‘ଏପିଜେ ଅବଦୁଲ କଲାମ ଏକ୍ସଲେନ୍ସ ଆୱାର୍ଡ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜିର ସଭାପତି ଡକ୍ଟର. ମନ୍ମଥ କୁମାର ବିଶ୍ୱାଳଙ୍କୁ ନୁଆଦିଲ୍ଲୀସ୍ଥିତ ‘ସିଟିଜେନସ୍ ଇଣ୍ଟିଗ୍ରେସନ୍ ପିସ୍ ଅନୁଷ୍ଠାନ  ପକ୍ଷରୁ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି । ଡଃ ବିଶ୍ୱାଳଙ୍କର ବ୍ୟକ୍ତିଗତ ସଫଳତା ଓ ଜାତୀୟ ସ୍ତରରେ ସେବାକାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଡକ୍ଟର ଏ.ପି.ଜେ. ଅବଦୁଲ କାଲାମଙ୍କ ଜୟନ୍ତୀରେ ଆୟୋଜିତ ଉତ୍ସବରେ ସଂସ୍ଥାର ନିର୍ଦେଶକ  ଏସ.ପି. ସିଂହ ପୌରହିତ୍ୟ କରିଥିବାବେଳେ ପ୍ରାକ୍ତନ ରାଜ୍ୟପାଳ ଭିସ୍ମନାରାୟଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ପଞ୍ଜାବର ରାଜ୍ୟପାଳ ଶିବରାଜ ଭି. ପାଟିଲ୍ ଏହି ଆୱାର୍ଡ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଡକ୍ଟର ବିଶ୍ୱାଳ ଏଥିପୂର୍ବରୁ ଗ୍ଲୋବାଲ ଆଚିଭରସ୍ ଫାଉଣ୍ଡେସନ ନୁଆଦିଲ୍ଲୀ ଦ୍ୱାରା ଦିଲ୍ଲୀ ଠାରେ ଭାରତଶିକ୍ଷା ରତ୍ନ, ଗୋଆ ଠାରେ ଭାରତ ଗୌରବ ରତ୍ନ ଏବଂ ଇନ୍ଡ଼ିବୁଲ୍ ଇଣ୍ଡିଆ ପାଉଣ୍ଡେସନ ନିଉଦିଲ୍ଲୀ ଦ୍ୱାରା ଦିଲ୍ଲୀ ଠାରେ ଇଣ୍ଡିଆସ୍ ପାଓନିୟର ଏଜୁକେସନ ଆୱାଡ଼ ଆଦିରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଡକ୍ଟର ବିଶ୍ୱାଳ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ଏବଂ ମନୋରମା ବିଶ୍ୱାଳଙ୍କ ସୁପୁତ୍ର ଅଟନ୍ତି । ଡକ୍ଟର ବିଶ୍ୱାଳ ଏବଂ ତାଙ୍କର ସହଧର୍ମିଣୀ ସମାଜସେବୀ ସୁବ୍ରତା ବିଶ୍ୱାଳ ଦୀର୍ଘ କୋଡ଼ିଏ ବର୍ଷ ଧରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିଭିନ୍ନ ଶିକ୍ଷା ଦାନ ସହ ଶିକ୍ଷାର ପ୍ରସାର ଦିଗରେ ଏକ ବଳିଷ୍ଠ  ଭୂମିକା ଗ୍ରହଣ କର ଆସିଛନ୍ତି । ଏହି ସଫଳତାକୁ ନେଇ ବିସିଇଟି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍ସର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର ଛାତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହି ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

0
0
0
s2sdefault