ହେଡଲାଇନସ୍:

ବିଧାୟିକା ଙ୍କର ମାରାଥନ ଗସ୍ତ: ଦୁଇ ଗୋଟି ପଞ୍ଚାୟତରେ ବହୁ ପ୍ରକଳ୍ପର କଲେ ଶିଳାନ୍ୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ,ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ଦଳ ଓ ପ୍ରାର୍ଥୀ ଙ୍କର ତରଫରୁ ଅନେକ ପ୍ରତିଶୃତି ପ୍ରଦାନ କରାଯାଇଥିଲା । ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସଚେତନ ଭୋଟର ବିଜୁ ଜନତା ଦଳ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କର ଉପରେ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କୁ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟୀ କରାଇଥିଲେ । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ଦେଇଥିଲେ ଯେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ରେ ଗ୍ରାମବାସୀ ମାନଙ୍କ ପ୍ରସ୍ତାବ କ୍ରମେ ବିଭିନ୍ନ ପ୍ରକଳ୍ପ ପାଇଁ ସ୍ଵତନ୍ତ୍ର ଭାବରେ ଏକ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଉପନିର୍ବାଚନ ସମୟରେ ଯଦିଓ ବିରୋଧୀ ସରକାରୀ ଦଳର ଏହି ଘୋଷଣା କୁ ମଧ୍ୟ ଲଳିପପ କହି ସମାଲୋଚନା କରିଥିଲା କିନ୍ତୁ ପରବର୍ତ୍ତୀ ପର୍ଯୟରେ ମୁଖ୍ୟମନ୍ତ୍ରୀ ଇ ଓଡିଶା ସରକାର ଏହି ଘୋଷଣା କୁ କାର୍ୟ୍ଯକାରୀ କରି ଲୋକଙ୍କ ଭରସା ଜିତିବାର ସଫଳ ହୋଇଛନ୍ତି । ପ୍ରତେଜ ପଂଚାୟତ ପାଇଁ ଲୋକଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର କାର୍ୟ୍ଯ ସମ୍ପାଦନ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି । ଏହି ଅନୁଦାନ ରେ ଅନେକ ଗ୍ରାମରେ କାର୍ୟ୍ଯ Helps ହୋଇ ଯାଇଥିବା ବେଳେ ବାକି ସମସ୍ତ ଗ୍ରାମରେ କାର୍ୟ୍ଯ ଆରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଏହିକ୍ରମରେ ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡାଳିର ବିଧାୟିକା ବର୍ଷା ସିଂ ବରିହା ପାଇକମାଲ ବ୍ଲକ ଛୀଂଦେଇକେଲା ଓ ଝିଟିକି ପଞ୍ଚାୟତ ର ଗ୍ରାମ ମାନଙ୍କରେ ଏହି ସ୍ୱତନ୍ତ୍ର ଅନୁଦାନ ରୁ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଭୂମିପୂଜନ କରିବା ସହିତ ଅନେକ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ଭୂମିପୂଜନ ଓ ଶିଳାନ୍ୟାସ କରିବା ପାଇଁ ବିଧାୟିକା ଗ୍ରାମ ମାନଙ୍କରେ ପହଂଚିବା ବେଳେ ଗ୍ରାମର ମାଁ ଓ ଭଉଣୀ ମାନେ ତାଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ । ନିଜର ଗ୍ରାମରେ ନିଜର ମନ ମୁତାବକ ନିର୍ମାଣ ହ୍ୱବାକୁ ଥିବା ପ୍ରକଳ୍ପ ପାଇଁ ଲକଙ୍କ ମନରେ ଅନେକ ଖୁସି ପରିଲକ୍ଷିତ ହୋଇଛି । ଝିଟିକି ପଞ୍ଚାୟତ ରେ ଏକ ସଭାରେ ନିଜର ମତ ରଖି ବିଧାୟିକା କହିଥିଲେ ଯେ ବିରୋଧି ଙ୍କର ଦ୍ୱାରା ନାନା ପ୍ରକାର ଅପପ୍ରଚାର , ଅପନିନ୍ଦା ସତ୍ୱେ ଆପଣ ମାନେ ମୋର ଉପରେ ନିଜର ଝିଅ ବୋଲି ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି । ମୁଁ ସବୁବେଳେ ଆପଣଙ୍କର ସେବାରେ ନିୟୋଜିତ ରହିବି । ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ସେ ଯାହା କହିଥିଲେ କରି ଦେଖାଇଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପାଞ୍ଚାୟତ କୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଅଞ୍ଚଳର ବିକାଶ କୁ ଅଧିକ ଗତି ପ୍ରଦାନ କରିବ ବୋଲି ବିଧାୟିକା କହିଛନ୍ତି ।

0
0
0
s2sdefault