ହେଡଲାଇନସ୍:

ଭୂବନେଶ୍ୱର ସ୍ଥିତ ରେନ୍‌ବୋ କାର୍ଯ୍ୟକ୍ରମରେ ଗଜପତିର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୨.୦୩.୨୦୨୩ ଠାରୁ ୨୬.୦୩.୨୦୨୩ ଭୁବନେଶ୍ୱରରେ ଚାଲିଥିବା ରେନ୍‌ବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତିନି ଗୋଟି ବିଦ୍ୟାଳୟର ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ଡ୍ୟାନ୍ସ , ହସ୍ତ କଳା , କମେଡି , ଡ୍ରାମା , ବକ୍ତୃତା , ଆଲପନ୍ , ଯୋଗ , ଟେଷ୍ଟ ଅଫ୍ ଓଡିଶା ପ୍ରଭୃତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି।
ମୋହନା ବ୍ଳକର ଶିକୁଳିପଦର ସ୍କୁଲ , ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲ , ଆର ଉଦୟଗିରି ବ୍ଳକର ଡେନ୍ ଭାଲିଆ ସାହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ କିଶୋର ଚନ୍ଦ୍ର ଦାସ, ମାତଙ୍ଗିନୀ ଗୁରୁ , କୃଷ୍ଣଚନ୍ଦ୍ର , ପ୍ରହ୍ଲାଦ ସିଂହଳ ପ୍ରମୁଖ ସ୍କାଉଟ ଗାଇଡ଼ ଭାବରେ ଯୋଗଦାନ କରିଛନ୍ତି।

0
0
0
s2sdefault