ହେଡଲାଇନସ୍:

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୋରକୁ ଚୋର ବୋଲି କହିବା ଆମ ଦେଶରେ ଏକ ଅପରାଧ : ଉଦ୍ଧବ

ଅପରାଧିକ ମାମଲାରେ ଲିପ୍ତ ନେତା କ୍ୟାବିନେଟରେ, ବିରୋଧୀ ନେତାମାନେ ବିଜେପିର ମୁଖ୍ୟ ଟାର୍ଗେଟ : ମମତା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ । ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ଜିଲ୍ଲା କୋର୍ଟ । କେରଳ ଓ୍ୱାଇନାଡାରୁ ଲୋକସଭା ସାଂସଦ ଅଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନର ଧାରା ୧୦୨(୧) (E) ଅନୁସାରେ ସଦସ୍ୟତା ରଦ୍ଦ କରାଯାଇଛି । ଧାରା ୪୯୯ ଓ ୫୦୦ ଅନୁସାରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୨୦୧୯ରେ କର୍ଣ୍ଣାଟକରେ ଏକ ରାଜନୈତିକ ସଭାରେ ମୋଦି ସାଙ୍ଗିଆକୁ ନେଇ ଏକ ବିବାଦୀୟ ବିବୃତି ରଖିଥିବା କାରଣରୁ ଏ ମାମଲା ରୁଜୁ ହୋଇଥିଲା । ଯଦି ରାହୁଲ ଗାନ୍ଧିଙ୍କୁ ଉପର କୋର୍ଟରୁ ରିଲିଫ ନମିଳେ ତେବେ ଜନପ୍ରତିନିଧି ଆଇନ ମୁତାବିକ ରାହୁଲ ଗାନ୍ଧିଙ୍କ ଉପରେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯିବ । ଏଥିସହିତ ରାହୁଲଙ୍କୁ ଏକ ମାସ ମଧ୍ୟରେ ସରକାରୀ କ୍ୱାଟର ମଧ୍ୟ ଖାଲି କରିବା ପାଇଁ ତରବରିଆ ଭାବେ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିଷ୍ପତ୍ତି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି, ଆମର ଏହି ଲଢ଼େଇ ଆଇନ ଏବଂ ରାଜନୈତିକ ଦିଗରୁ ଜାରି ରହିବ । ଆମେ ଏହାକୁ ନେଇ ଡରିଯିବୁନି କି ଚୁପ ରହିବୁନି । ଜୟରାମ ରମେଶ ଲେଖିଛନ୍ତି ଆଦାନୀ ମାମଲାରେ ଜେପିସିର ଗଠନ କରିବା ବଦଳରେ ରାହୁଲ ଗାନ୍ଧିଙ୍କ ପକ୍ଷକୁ ନିରସ୍ତ କରିଦିଆଯାଇଛି ।
କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଯେଉଁ ଭଳି ଭାବେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ଏହାକୁ ନେଇ ମୁଁ ଆଶ୍ଚମ୍ବିତ । କୋର୍ଟଙ୍କ ନିଷ୍ପତ୍ତିର ୨୪ ଘଣ୍ଟା ଭିତରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି, ଯେତବେଳେ କି ଏହି ମାମଲାରେ ଆବେଦନ ବିଚାରଧୀନ ରହିଛି । ଏହା ଲୋକତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ ।
ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ କରି ଲେଖିଛନ୍ତି ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ । ବିରୋଧୀ ନେତାମାନେ ବିଜେପିର ମୁଖ୍ୟ ଟାର୍ଗେଟ । ଯେତବେଳେ କି ଅପରାଧିକ ମାମଲାରେ ଲିପ୍ତ ବିଜେପି ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳୁଛି ସେତବେଳେ ବିରୋଧୀ ନେତା ନିଜର ବୟାନ ପାଇଁ ଅଯୋଗ୍ୟ ହୋଇଯାଉଛନ୍ତି ।
ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଉଦ୍ଧବ ଠାକରେ କହିଛନ୍ତି ଯେ " ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ବାତିଲ କରାଯାଇଛି। ଚୋରକୁ ଚୋର ବୋଲି କହିବା ଆମ ଦେଶରେ ଏକ ଅପରାଧ ହୋଇଗଲାଣି | ଚୋର ଏବଂ ଲୁଟେରାମାନେ ଖୋଲା ମେଲା ଅଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ଦଣ୍ଡ ଦିଆଯାଇଛି । ଏହା ଗଣତନ୍ତ୍ରର ସିଧାସଳଖ ହତ୍ୟା। ସମସ୍ତ ସରକାରୀ ବ୍ୟବସ୍ଥା ଚାପରେ ଅଛି | ଏହା ଏକଛତ୍ରବାଦୀ ଶାସନର ସମାପ୍ତିର ଏହା ଆୟମାରମ୍ଭ | କେବଳ ସଂଗ୍ରାମକୁ ଏକ ଦିଶା ନିର୍ଦ୍ଦେଶର ଆବଶ୍ୟକତା ଅଛି |

0
0
0
s2sdefault