ହେଡଲାଇନସ୍:

ଝାରବନ୍ଧ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟା ଶୁଣିବା ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବରଗଡ଼ ଜିଲ୍ଲାପାଳ ପ୍ରତେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅଭିଯୋଗ ଶୁଣାଣି କରିଥାନ୍ତି । ଏହି କ୍ରମରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପରିସରରେ ରହିଥିବା ମିଶନ ଶକ୍ତି ଭବନରେ ବରଗଡ଼ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୯୨ ଗୋଟି ଅଭିଯୋଗ ପାଇଁ ପଞ୍ଜିକୃତ କରିଥିଲେ , ସେଥିରୁ ୮୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଲେ ଗୋଟିଏ ସାମୁହିକ ଅଭିଯୋଗ ରବିଥିଲା। ଅଭିଯୋଗ ଶୁଣାଣି ଶିବିରରେ ସ୍ୱାସ୍ଥ୍ୟ ସମସ୍ୟା, ଭତ୍ତା ସମସ୍ୟା,ରାସ୍ତାଘାଟ ସମସ୍ୟା,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ, ରେଡକ୍ରସ ଉପରେ ଲୋକେ ଅଭିଯୋଗ କରିଥିଲେ । ସରକାର ଙ୍କର ଦ୍ୱାରା କରାଯାଉଥିବା କାମର ମାନ କୁ ନେଇ କିଛି ଅଭିଯୋଗ ରହିଥିଲା । କାମ ମାନଙ୍କରେ ମଧ୍ୟ ନିମ୍ନମାନର କାମ କରି କୋଟି କୋଟି ଟଙ୍କାର ଦୁର୍ନୀତି କରି ସରକାରୀ ଯୋଜନା ବାଟମାରଣା ହେଉଥିବାର ଅଭିଯୋଗ ହୋଇଥିଲା । ଗଣ୍ଡପରା ଗ୍ରାମ ର ରାଜେନ୍ଦ୍ର ସାହୁଙ୍କ ୩୦,୦୦୦ ଟଙ୍କା ଝାରବନ୍ଧ ଏସଡିସିସି ହେରଫେର ହୋଇଥିବାର ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ଝାରବନ୍ଧ ପୋଲିସ ତଦନ୍ତ ଆରମ୍ଭ କରୁଛି ବୋଲି ସୂଚନା ରହିଛି । ଝାରବନ୍ଧ ବ୍ଲକ ମୁଖ୍ୟାଳୟରେ ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ ତଥା ସୁବ୍ୟବସ୍ଥା କରିବା ପାଇଁ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ମହିଳାମାନଙ୍କ ସୁବିଧା ପାଇଁ ଝାରବନ୍ଧ ବ୍ଲକ ମୁଖ୍ୟାଳୟରେ ଶୌଚାଳୟ ନିର୍ମାଣ କରିବା ଝାରବନ୍ଧ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଆଦେଶ ଦେଇଥିଲେ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଳାପାଳ ମୋନିଶା ବାନାର୍ଜୀ ଙ୍କ ସହିତ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା , ବରଗଡ଼ ପିଡ଼ି ଆଦିତ୍ୟ ଗୋଏଲ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରଦ୍ଧାକର କୁମ୍ଭାର, ଝାରବନ୍ଧ ବିଡ଼ିଓ ରାମକୃଷ୍ଣ ମିଶ୍ର, ଝାରବନ୍ଧ ଏବିଡ଼ିଓ ଭୀଷ୍ମଦେଵ ମାଝୀ ଅଭିଯୋଗ ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ଝାରବନ୍ଧ ବ୍ଲକ ର ସମସ୍ତ ବିଭାଗ ତଥା ବ୍ୟାଙ୍କ,ଥାନା ର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିର କୁ ଆସିଥିବା ଜଟେସିରା ଗ୍ରାମର ଭାଗ୍ୟବତୀ ସତନାମୀ ଓ ଯଜ୍ଞ ସତନାମୀ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା । ବ୍ଲକ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି ଶିବିର କୁ ଆସିଥିବା ଜନସାଧାରଣ ଙ୍କ ପାଇଁ ଟେଣ୍ଟ ଚୌକି ସହ ଖାଦ୍ୟପେୟ ର ସୁବ୍ୟବସ୍ଥା କରାଯାଇଥିଲା ।

0
0
0
s2sdefault