ହେଡଲାଇନସ୍:

ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ପରିବାର ହେବେ ପଂଜୀକୃତ : ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପିଲାମାନଙ୍କ ନିମନ୍ତେ ଋୁତୁ-କାଳୀନ ଛାତ୍ରାବାସ ନିର୍ମାଣ 

ସହରାଂଚଳରେ ନିର୍ମାଣ-ଶ୍ରମିକମାନଙ୍କ ପାଇଁ ଭଡାଘର କମ୍ପ୍ଲେକ୍ସ  ନିର୍ମାଣ

 ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୦୦ କୋଟି ଟଙ୍କାର ବିଭିନ୍ନ ସୁବିଧା 

ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଅଧିକ ୧୦,୦୦୦ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର 

ଭୁୁବନେଶ୍ୱର –  ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବର୍ତମାନ ସୁଦ୍ଧା ପ୍ରାୟ ୨୦.୬୯ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି  । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ  ଏହି ବୈଠକରେ ଶ୍ରମ ଏବଂ ଇ.ଏସ୍.ଆଇ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଲୋଚନା ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । 

ନିର୍ମାଣ ଶ୍ରମିକ ମଙ୍ଗଳ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କ୍ୟାମ୍ପ୍ ମୋଡ୍  ରେ ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସହଜ ଓ ସୁଗମ କରିବା ସହ ସ୍ଥାନାନ୍ତର ଗମନ କରି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପ୍ କରିବା ପାଇଁ ନିର୍ଦେର୍ଶ ଦେଇଥିଲେ  । ଶ୍ରମିକ ପଂଜୀକରଣ ଏବଂ ବିଭିନ୍ନ ସୁବିଧା ସୁଯୋଗ ବଂଟନର ଏକ ଜି.ଆଇ.ଏସ୍ ଭିତିିକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ  । ପଞ୍ଜୀକରଣ ଏବଂ ସୁବିଧା ସୁଯୋଗ ବଂଟନ ପ୍ରକ୍ରିୟାରେ ମଧ୍ୟସ୍ଥ ଲୋକ ଯେପରି ଶ୍ରମିକ ମାନଙ୍କୁ ଶୋଷଣ ନ କରନ୍ତି ସେ ଦିଗରେ ପ୍ରତିରୋଧ ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେର୍ଶ ଦେଇଥିଲେ  । ସୁବିଧା ସୁଯୋଗ ମଞ୍ଜୁରୀ କ୍ଷମତା ଜିଲ୍ଲାପାଳ, ସହକାରୀ ଶ୍ରମ ଅଧିକାରୀ ଏବଂ ବିଡିଓଙ୍କ ପର୍ଯ୍ୟନ୍ତ ବିକେନ୍ଦ୍ରୀକରଣ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦେର୍ଶ ଦେଇଥିଲେ  । 

ଯୋଜନା ବିଷୟରେ ବିଭିନ୍ନ ସହର ଓ ଗ୍ରାମାଂଚଳରେ ବ୍ୟାପକ ସଚେତନତା କ୍ୟାମ୍ପ୍ ଆୟୋଜନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା ବାହାର ରାଜ୍ୟର ଯେଉଁ ସ୍ଥାନ ମାନଙ୍କରେ ବେଶି ଓଡ଼ିଆ ନିର୍ମାଣ ଶ୍ରମିକ କାମ କରୁଛନ୍ତି ସେସବୁ ସ୍ଥାନରେ ଦହେଲ୍ପ୍ ଡେr୍ଦ ପ୍ରତିଷ୍ଠା କରିବା ସହ ସେଠାରେ ଶ୍ରମିକ ମାନଙ୍କୁ ଚିହ୍ନଟ କରି ଓଡ଼ିଶାରେ ରହୁଥିବା ତାଙ୍କର ପରିବାରଙ୍କୁ ପଞ୍ଜୀକରଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ନିର୍ମାଣ ଶ୍ରମିକ ପିଲାମାନଙ୍କ ନିମନ୍ତେ ଋୁତୁ-କାଳୀନ ଛାତ୍ରାବାସ ନିର୍ମାଣ ଏବଂ ସହରାଂଚଳରେ ନିର୍ମାଣ-ଶ୍ରମିକମାନଙ୍କ ପାଇଁ ଭଡାଘର କମ୍ପ୍ଲେକ୍ସ  ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେର୍ଶ ଦେଇଥିଲେ  । ଶ୍ରମ କମିଶନର ସଚ୍ଚିନ ଯାଦବ ଜଣାଇଥିଲେ ଯେ, ବର୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଶ୍ରମିକ ମାନଙ୍କୁ ବିଭିନ୍ନ ଯୋଜନାରେ ୪୪୦.୨୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି  । ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୦୦ କୋଟି ଟଙ୍କାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଯିବାର ପ୍ରାବଧାନ କରାଯାଇଛି  ।

ସୂଚନା ଯୋଗ୍ୟ, ବର୍ତମାନ ସୁଦ୍ଧା ଏହି ପାଣ୍ଠିରେ ପ୍ରାୟ ୧୨୭୫ କୋଟି ଟଙ୍କା ସଂଗ୍ରହ କରାଯାଇଛି ଏବଂ ଏହାର ବିନିଯୋଗରେ ଯୋଗ୍ୟ ବିବେଚିତ ଶ୍ରମିକ ମାନଙ୍କୁ ଶିକ୍ଷା, ବିବାହ, ମାତୃତ୍ୱ, ଯନ୍ତ୍ରପାତି ଓ ସରଞ୍ଜାମ କ୍ରୟ, ସାଇକେଲ୍, ଦୁର୍ଘଟଣାଜନିତ ଚିକିତ୍ସା , ସ୍ୱାସ୍ଥ୍ୟ ସହାୟତା, ମୃତ୍ୟୁକାଳୀନ ସହାୟତା, କୌଶଳ ବିକାଶ ତାଲିମ, ପକ୍କାଘର ନିର୍ମାଣ ପାଇଁ ସହାୟତା, ଶ୍ରମିକ ସନ୍ତାନ ସନ୍ତତି ମାନଙ୍କର ଆଇ.ଟି.ଆଇ ଓ ଡିପ୍ଲୋମା ଶିକ୍ଷା ପାଇଁ ସହାୟତା ଆଦି ୧୭ ଟି ବିଭିନ୍ନ ପ୍ରକାର ସହାୟତା ଦିଆଯାଉଛି ବୋଲି ଶ୍ରୀ ଯାଦବ ଜଣାଇଥିଲେ  । ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୩୨ ଟି ଶ୍ରମ ଜିଲ୍ଲା ମାନଙ୍କରେ ୧୧୮ ଟି ସଚେତନତା, ପଞ୍ଜିକରଣ ଏବଂ ସହାୟତା ପ୍ରଦାନ କ୍ୟାମ୍ପ୍ ଆୟୋଜନ କରିବାକୁ ବୈଠକରେ ସ୍ଥିର ହୋଇଥିଲା  । ଏହାଛଡା ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଅଧିକ ୧୦,୦୦୦ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା  । ଏହି ଯୋଜନାରେ ଆଇ.ଏ.ପି. ଜିଲ୍ଲାରେ ଘର ପିଛା ୧.୩ ଲକ୍ଷ ଏବଂ ଅଣ-ଆଇ.ଏପି. ଜିଲ୍ଲାରେ ଘର ପିଛା ୧.୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି  । ବର୍ତ୍ତମାନ ସଦ୍ଧା ୮୭୦୦ ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇଛି  । ପ୍ରାପ୍ତ ସୂଚନାରୁ ଜଣାପଡିଛି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସହରାଂଚଳର  ଆଶ୍ରୟ  ଯୋଜନା ମାଧ୍ୟମରେ ଭଡାଘର କମ୍ପ୍ଲେକ୍ସ  ନିର୍ମାଣ ପ୍ରକଳ୍ପ ଆରମ୍ଭ  କରାଯାଇଛି  । ବର୍ତ୍ତମାନ ସୁଦ୍ଧା ୧୦ ଟି ସହରାଂଚଳରେ ୨୧ ଟି ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ  ହୋଇଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ପାରାଦ୍ୱୀପ, ଢେ଼ଙ୍କାନାଳ, ବ୍ୟାସନଗର, ଝାରସୁଗୁଡା ଆଦି ସହର ଏଥିରେ ସାମିଲ ହୋଇଛନ୍ତି  ।

 ପର୍ଯ୍ୟାୟକ୍ରମେ ୪୫ ଟି ସହରାଞ୍ଚଲକୁ ଏହି ଯୋଜନାରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା  । ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍, ଶ୍ରମ ଓ ଇ.ଏସ୍.ଆଇ. ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶ୍ରମ କମିଶନର ଶ୍ରୀ ସଚ୍ଚିନ ଯାଦବଙ୍କ ସମେତ ବିଭାଗର ବରିÂ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ  ।

 

0
0
0
s2sdefault