ହେଡଲାଇନସ୍:

ଆହୁରି ଛେଚିବ ୨୪ ଘଣ୍ଟା: ୮ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ବର୍ଷା ଲାଗିରହିବ । ବିଶେଷକରି ଉପକୂଳ ୮ଟି ଜିଲ୍ଲାର ୨୫ ବ୍ଲକରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ସୂଚନା ଦେଇଛି । ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅବପାତକୁ ଦୃଷ୍ଟିରେ ରଖି ପାରାଦୀପ ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥ#ବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧ#କାଂଶ ସ୍ଥାନରେ ବର୍ଷା ଲାଗି ରହିବ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ସତର୍କ ରହିବାକୁ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥ#ଲା । ଶୁକ୍ରବାରରେ ପୂର୍ବାହ୍ନରେ ଏହା ବାଲେଶ୍ୱର ଚାନ୍ଦବାଲିଠାରୁ ୩୫ କିଲୋମିଟର ଦୂରତାରେ ରହିଥ#ଲା । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପରେ ଅବପାତ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଉପକୂଳବର୍ତ୍ତୀ ଓଡିଶାରେ ପବନର ବେଗ ପ୍ରାୟ ୪୫ କିଲୋମିଟର ରହିବ । ବେଳେ ବେଳେ ଏହା ୬୫ କିଲୋମିଟର ହେବାର ସମ୍ଭାବନା ରହିଛି । ଅବପାତ ପ୍ରଭାବରେ ପୁରୀର କଣାସ ବ୍ଲକରେ ସର୍ବାଧ#କ ୨୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର ୨୫ ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି । ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଶୁକ୍ରବାର ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ ଓ ରାୟଗଡା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାର ୨୫ ବ୍ଲକରେ ଅତି ପ୍ରବଳ ବର୍ଷା ହୋଇଛି । ଫଳରେ ଏହିସବୁ ବ୍ଲକରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ପୁରୀ ଜିଲ୍ଲା କଣାସ ବ୍ଲକରେ ସର୍ବାଧ#କ ୨୭୪ ମିମି ବର୍ଷା ହୋଇଥ#ବା ବେଳେ ମୟୂରଭଂଜର ଖୁଣ୍ଟା ଓ ଗୋପବନ୍ଧୁ ନଗରରେ ୨୧୭ ମିମି ବର୍ଷା ହୋଇଛି । ସେହିପରି ଜଗତସିଂହପୁର ତିର୍ତ୍ତୋଲରେ ୨୦୦ ମିଲିମିଟର ବର୍ଷା ହୋଇଛି । ସରକାର ପ୍ରବଳ ବର୍ଷା ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏସବୁ ବ୍ଲକରେ ରିଲିଫ ନେଇ ବ୍ୟବସ୍ଥା ହେବ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପା=ିରୁ ରିଲିଫ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ୨ଟି ଗାଁ ଶୁକ୍ରବାର ଜଳମଗ୍ନ ହୋଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି । ଲଘୁଚାପ ଜନିତ ଅବପାତକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥ#ବାରୁ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

0
0
0
s2sdefault