ହେଡଲାଇନସ୍:

ନିଆଁ ଦାଉରେ ଛଟପଟ ଅଞ୍ଚଳବାସୀ , ସଚେତନତା ଅଭାବ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଖତ ନାଁରେ ଏକର ଏକର ଜମିରେ ଜଳୁଛି ନିଆଁ


ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ଏବେ ଧାନ ଅମଳ ସରିଯାଇଛି।‌ କ୍ଷେତରୁ ଧାନ ନେଇଯିବା ପରେ ଚାଷୀ ବଳକା ନଡାକୁ ଛାଡିଯାଉଛି। ପୁଣି ଖରିଫ ଚାଷ ଆଗରୁ କ୍ଷେତ ପ୍ରସ୍ତୁତି କରିବା ପାଇଁ ନଡାକୁ ନିଆଁ ଲଗାଇ ଦିଆଯାଉଛି। ଫଳରେ ପ୍ରବଳ ମାତ୍ରାରେ ଧୁଆଁ ହେବା ସହ କ୍ଷେତର ଆଖପାଖ ଗାଁରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହା କେବଳ ଗୋଟିଏ ଅଞ୍ଚଳର ସମସ୍ୟା ନୁହେଁ। ବୀରମହାରାଜପୁର ବ୍ଲକର ପ୍ରାୟ ଗ୍ରାମାଞ୍ଚଳରେ ଏହି ସମସ୍ୟା ଦେଖାଦେଉଛି। ଏପରିକି ବୀରମହାରାଜପୁର ଠାରୁ ସୁବଳୟା ମୁଖ୍ୟ ରାସ୍ତା, ବୀରମହାରାଜପୁର- ଅମରପାଲି ମୁଖ୍ୟ ରାସ୍ତା, ସୋନପୁର- ବୀରମହାରାଜପୁର ମୁଖ୍ୟ ରାସ୍ତା କଡ କ୍ଷେତରେ ନିଆଁ ଲାଗାଯାଉଥିବାରୁ ପ୍ରବଳ ଧୂଆଁ ସୃଷ୍ଟି ହେଉଛି। ଏହି ରାସ୍ତାରେ ପଥଚାରୀ ଯିବାକୁ ଭୟ କରୁଛନ୍ତି। କ୍ଷେତରେ ନିଆଁ ଜଳୁଥିବା ବେଳେ ପବନ ହେଲେ କଥା ସରିଲା। ନିଆଁ ଜନବସତି ଆଡ଼କୁ ଉଡିଆସୁଛି। ଫଲରେ ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ରହୁଛି। କ୍ଷେତ ପାଖରେ ଥିବା ଗ୍ରାମବାସୀ ନିଆଁ ଭୟରେ ରାତିରେ ମଧ୍ୟ ଶୋଇ ପାରୁନାହାନ୍ତି। ରବି ଫସଲ ପରେ ବାକି ନଡା କ୍ଷେତରୁ ସଫା କରିବା ବ୍ୟୟବହୁଳ ହୋଇଥିବା ଚାଷୀ ଏହାକୁ ନିଆଁ ଲଗାଇଥିବା କହିଛନ୍ତି। ଫଳରେ ଗାଈଗୋରୁ, ପଶୁପକ୍ଷୀ,ଶରିଶୃପ ତଥା ବିଭିନ୍ନ ଜିବଜନ୍ତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବେଶ ପ୍ରଦୂଷଣ ନେଇ ସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଅଛି।‌ ତାହା ଏହି ଅଞ୍ଚଳରେ କାର୍ଯ୍ୟକାରୀ ହେଉନାହିଁ। ସଚେତନତା ଅଭାବରୁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଜନସାଧାରଣରେ ଅଭିଯୋଗ ହେଉଛି। ପରିବେଶ ସୁରକ୍ଷା ଏବଂ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟି ରଖି କ୍ଷେତରେ ନିଆଁ ଲଗାଯିବା ଉପରେ ରୋକ ଲଗାଯିବାକୁ ପରିବେଶବିତ୍ ଦାବି କରିଛନ୍ତି।

0
0
0
s2sdefault