ହେଡଲାଇନସ୍:

ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ଦ୍ୱିତୀୟ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାଠାରେ ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ତିନି ଦିନ ବ୍ୟାପି ଚାଲିବାକୁ ଥିବା ୭୨ ତମ ଭକ୍ତ ସମ୍ମଳନୀ ରବିବାର ଦ୍ୱିତୀୟ ଦିନ ହଜାର ହଜାର ଭକ୍ତଙ୍କ ଗହଣରେ । ପ୍ରଥମ ଅଧିବେସନ ପ୍ରାତଃ ୪.୩୦ ସମୟରୁ ୮.୩୦ ସମୟ ପର୍ଯ୍ୟନ୍ତ ପ୍ରାତଃ ପୂଜା, ଷୋଢଶ ଉପଚାର ପୂଜା, ଆରତୀ, ବନ୍ଦନା, ପ୍ରାର୍ଥନା, ଆବାହନ ଗାନ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଦ୍ୱିତୀୟ ଅଧିବେସନ ସାନ୍ତାନୁ ରଥଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ହୋଇଥିଲା । କୃଷ୍ଣ କେଶବ ଷଢଙ୍ଗୀ, ଶ୍ରୀ ବ୍ରହ୍ମାନନ୍ଦ ସରସ୍ୱତୀ, ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ, ଜୟଦେବ ଭାରତୀ ପ୍ରମୁଖ ବକ୍ତା ଗୁରୁଙ୍କର ଆଦର୍ଶ ନୀତିବାଣୀ ଆଲୋଚନା କରି ଭକ୍ତ ମାନଙ୍କୁ ସେହି ମାର୍ଗରେ ପରିଚାଳିତ ହେବାକୁ ପରାମର୍ଶ ଦେଇଥିଲେ । ସେହିପରି ପଦ୍ମଶ୍ରୀ ହଲଧର ନାଗ, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ବିଭୁତି ଭୁଷଣ ଚୌଧୁରି ଓ ସୀତାରାମ ଶତପଥୀ ଠାକୁରଙ୍କର ମହାନୀୟତା ସମ୍ପର୍କରେ ଆଲୋଚନା କରିବା ସହ ଜଣେ ଆଦର୍ଶ ଗୃହିଣୀ ହେଲେ ସାମାଜର ପରିବର୍ତନ ହୋଇପାରିବ ବୋଲି ସୁପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ପଦ୍ମପୁର ବିଧାୟୀକା ବର୍ଷା ସିଂ ବରିହା ଏ ଅଂଚଳରେ ଏପରି ଆଧ୍ୟାତ୍ମିକ ପରିବେଷ ଶୃଙ୍ଖଳା ନିଶ୍ଚିତ ଭାବରେ ଅଂଚଳ ବାସୀଙ୍କୁ ପ୍ରେରଣା ଯୋଗାଇବା ବୋଲି ମତ ରଖିଥିଲେ । ସଂଘର ସଭାପତୀ ଗଗନେନ୍ଦ୍ର ମହାନ୍ତି, ସଂଘ ପରିଚାଳକ ଦୁର୍ଗାଚରଣ ମହାନ୍ତି, ସମ୍ମଳନୀ ଆବାହକ କମିଟି ସଭାପତୀ କଳ୍ପତରୁ ସେନାପତୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault