ହେଡଲାଇନସ୍:

ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ l

ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ କାର୍ୟ ର ସମୀକ୍ଷା କରିଥିଲେ I ମନ୍ତ୍ରୀଙ୍କ ସହିତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାକା ନିଜ ବିଭାଗର କାର୍ଯ୍ୟାବଳି ଏବଂ ଉପଲବ୍ଧିତା ର ପାୱାର ପଏଣ୍ଟ ରିପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରଦର୍ଶନ କରିଥିଲେ l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 121943 ଜଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି I ବର୍ତ୍ତମାନ ଆଉ ଶ୍ରମିକ ମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ଆସିବାକୁ ପଡୁନାହିଁ ଏବଂ ସେମାନେ ନିଜ ଘର ପାଖରେ ଇ ଶ୍ରମିକ ପୋର୍ଟାଲ୍ ମାଧ୍ୟମରେ ସୁବିଧାରେ ନିଜ ନାମ ପଞ୍ଜୀକୃତ କରିବା ସହିତ ବିଭିନ୍ନ ସହାୟତା ପାଇଁ ଆବେଦନ କରିପାରିବେ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଶ୍ରମିକ ମାନଙ୍କ ମଧ୍ୟରୁ 1799 ଜଣ ଶିକ୍ଷା, 2444 ଜଣ ବିବାହ,593 ଜଣ ମାତୃତ୍ୱ , 2444 ଜଣ ସାଇକଲ୍, 14240 ଜଣ କାର୍ମିକ ଟୁଲ , 1799 ଜଣ ନିରାପଦ ଟୁଲ, 593 ଜଣ ମୃତ୍ୟୁ ପରବର୍ତ୍ତୀ ସହାୟତା ପାଇଛନ୍ତି I ମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ନାଜ୍ୟ ପ୍ରାପ୍ୟ ଅତିଶୀଘ୍ର ପ୍ରଦାନ କରିବା ସହିତ ପ୍ରତି ପଞ୍ଚାୟତ ଏବଂ ବ୍ଲକ ମାଧ୍ୟମରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I

ବିଧାୟକ ପଦ୍ମନାଭ ବେହେରା କହିଲେଯେ କେବଳ ଇ ରେଜିଷ୍ଟ୍ରେସନ୍ ଉପରେ ଭରସା ନକରି ଶ୍ରମ ବିଭାଗ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରୁ l ଅତିରିକ୍ତ ଜିଲ୍ଲାପାଳ ମାର୍ଚ୍ଚ ଶେଷ ସୁଦ୍ଧା ହିତାଧିକାରୀ ମାନେ ବିଗତ ବର୍ଷର ସମସ୍ତ ସୁବିଧା ଯେମିତି ପାଇପାରିବେ ସେଥିପ୍ରତି ଶ୍ରମ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଆଲୋଚନା ରେ ବଲାଙ୍ଗିର ସୁବର୍ଣ୍ଣପୁର ଫ୍ଯାକ୍ଟ୍ରି ଓ ବ୍ରୋଏଲର ଉପନିର୍ଦ୍ଦେଶକ ବିବେକାନନ୍ଦ ନାୟକ , ଇଏସଆଇ ଡାକ୍ତର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଜିଲ୍ଲା ଶିଳ୍ପ କେନ୍ଦ୍ର ମ୍ୟାନେଜର , ଆସିଷ୍ଟାଣ୍ଟ କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ସଭାରେ ଉପସ୍ଥିତ ଥିଲେ l ସୁଚନା ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ଏବଂ ଉପ ଶ୍ରମ ଅଧିକାରୀ ସବିତା କୁମାରୀ ନାଏକ , ଶ୍ରମ କାର୍ଯ୍ୟାଳୟର ସୁଚିସ୍ମିତା ପାତ୍ର ଏବଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

0
0
0
s2sdefault