ହେଡଲାଇନସ୍:

ଶ୍ରୀରଘୁନାଥଜିଉଙ୍କ ଓଢଣଲାଗି ବେଶ ଉଲାଗୀ ଓ ବସନ୍ତପଂଚମୀ ନିତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ/ଶ୍ରୀକାନ୍ତ ମିଶ୍ର : ରୁତୁଚକ୍ରର ପରିବର୍ତନ ଅନୁସାରେ ପ୍ରଭୁ ରଘୁନାଥଙ୍କ ବେଶଭୁଷା ଓ ଅନ୍ୟ ସମସ୍ତ ନିତୀରେ ପରିବର୍ତନ ଦେଖିବାକୁ ମିଳିଥାଏ । ମାର୍ଗଶୀର ଓଢଣଷଷ୍ଠୀ ତଥା ପ୍ରାବରଣ ତିଥିଠାରୁ ମାଘ ଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶରୀରର ଉସ୍ମତା ପାଇଁ ମୁଖମଣ୍ଡଳକୁ ଛାଡି ସର୍ବାଙ୍ଗ ଶରୀରରେ ଶୀତବସ୍ତ୍ର ପରିଧାନ କରିଥିଲେ । ଓଢଣ ଉଲାଗୀ ପରେ ବସନ୍ତପଂଚମୀ ଠାରୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପୂର୍ଣ୍ଣାଙ୍ଗ ରୁପ ଦର୍ଶନ କରିବାର ସୈାଭାଗ୍ୟ ପାଇଥିଲେ । ଆଜିର ବସନ୍ତପଂଚମୀ ନିତୀ ଅନୁସାରେ ଖେଚୋଡି ଧୁପ ପରେ ମଧ୍ୟାନ୍ନ ୧୨ଟା ସମୟରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ରତ୍ନବେଦିରେ ଆଳତି ପରେ ମଣୀବିମାନରେ ବିଜେକରି ବସନ୍ତ ପଂଚମୀ ନିତୀ ମଣ୍ଡପକୁ ବିଜେ ହୋଇଥିଲେ । ଦୋଳି ଖଟୁଳିରେ ଶ୍ରୀଜିଉମାନେ ଅବସ୍ଥାନ କରିବା ପରେ ପଂଚ ଉପଚାରରେ ଶ୍ରୀଜିଉଙ୍କ ଶ୍ରୀପଂଚମୀ ବନ୍ଦାପନା କରାଯାଇଥିଲା । ରାତି ୮ବେଳେ  ମଣୀବିମାନରେ ବିଜେକରି ନଗର ପରିକ୍ରମା କରିବା ସମୟରେ ଚାଚେରୀ ଭୋଗ ନୈବେଦ୍ୟ ପାଇ ମନ୍ଦିର ପ୍ରବେଶ କରିଥିଲେ । ଚତୁଃଶମ, ଗୀତଗୋବିନ୍ଦ ଓ ବଡସିଂଘାର ନିତୀ କରାଯାଇ ରାତ୍ର ୧୦ଟାରେ ପହୁଡ ପଡିଥିଲା । ମନ୍ଦିର ବେଢାରେ ପାର୍ଶ୍ବ ଦେବାଦେବୀ ରୁପେ ପୁଜିତ ମା ସରସ୍ୱତୀଙ୍କର ପୂର୍ବାହ୍ନ ୧୧ଟା ସମୟରେ ସ୍ୱତନ୍ତ୍ର ରାଜଭୋଗ ଓ ଆଳତୀ ଅର୍ପଣ କରାଯାଇଥିଲା

0
0
0
s2sdefault