ହେଡଲାଇନସ୍:

ସମବାୟ ବ୍ୟାଂକ ଏମଡିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅବୈଧ ବୋଲି ମାନ୍ୟବର ହାଇକୋର୍ଟଙ୍କ ରାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିଯୁକ୍ତ ହାତରେ ଭଣ୍ଡାର ଘରର ଚାବି ଦେଇ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ: ବିଜେପିି

ଭୁବନେଶ୍ୱର,: ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମା ଅତିକ୍ରମ କରିସାରିଛି । ଏପରିକି ସମସ୍ତ ଆଇନ କାନୁନକୁ ଜଳାଞ୍ଜଳୀ ଦେଇ ମନୋମୁଖୀ ଶାସନ କରିଚାଲିଛନ୍ତି । ସରକାରୀ ବିଧି ବ୍ୟବସ୍ଥାକୁ ବ୍ୟତିକ୍ରମ କରି ଦଳୀୟ ସ୍ୱାର୍ଥ ପାଇଁ ବାରମ୍ବାର ଅନେକ ଜନବିରୋଧୀ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ସାଜିଥିବା ବିଜେଡି ସରକାର ନିଜକୁ ସୁଧାରିବା ପରିବର୍ତେ କ୍ରମାଗତ ଭାବେ ଏହାକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପବିତ୍ର ମୋହନ ଦାଶ କହିଛନ୍ତି ।
ଓଡିଶା ରାଜ୍ୟ ସମବାୟ ବ୍ୟାଂକ ପରିଚାଳନା ନିର୍ଦ୍ଦେଶକ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କରିଛନ୍ତି ମାନ୍ୟବର ହାଇକୋର୍ଟ । ଶ୍ରୀ ଶତପଥୀ ସରକାରୀ ଚାକିରୀରୁ ଅବସର ନେବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ରିଜର୍ଭ ବ୍ୟାଂକ ଅଫ୍ ଇଣ୍ଡିଆର ବିନା ଅନୁମତିରେ ଗତ ୦୨/୦୩/୨୦୨୨ରେ ତାଙ୍କୁ ବ୍ୟାଂକର ପରିଚାଳନା ନିର୍ଦ୍ଦେଶକ ଭାବେ ପୁନଃ ନିଯୁକ୍ତି କରିଥିଲେ, ଯାହାକି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ । ପ୍ରକାଶ ଥାଉକି, ଶ୍ରୀ ଶତପଥୀଙ୍କ ସମୟରେ ରାଜ୍ୟରେ ବହୁ ସମବାୟ ବ୍ୟାଂକ ଦୁର୍ନୀତି ହୋଇଥିଲା । ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ନିଜ ଶାସନ କାଳରେ ହୋଇଥିବା ବିଭିନ୍ନ ସମବାୟ ବ୍ୟାଂକ ଦୁର୍ନୀତିକୁ ଲୁଚାଇବା ପାଇଁ ସେହି ସମବାୟ ବ୍ୟାଂକ ଦୁର୍ନୀତିରେ ଅଭିଯୁକ୍ତଙ୍କୁ ଦାୟୀତ୍ୱ ଦେବାର ଚକ୍ରାନ୍ତ କରୁଥିଲେ ରାଜ୍ୟ ସରକାର । ଏହା ଦ୍ୱାରା ନିଜ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ କଳା କନା ଘୋଡାଇ ରଖିବାର ପ୍ରୟାସ କରାଯାଇଥିଲା ବୋଲି ଶ୍ରୀ ଦାଶ କହିଛନ୍ତି ।
ସୁନ୍ଦରଗଡ ସମବାୟ ବ୍ୟାଂକଠାରୁ ଆରମ୍ଭ କରି ବିଭିନ୍ନ ସମବାୟ ଦୁର୍ନୀତିରେ ସଂପୃକ୍ତିର ଅଭିଯୋଗ ଥିବା ଶ୍ରୀ ଶତପଥୀଙ୍କ ଭଳି ଜଣେ ଅଭିଯୁକ୍ତଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେବା ପଛରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସରକାରର ମନ୍ଦ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ‘ଆଇନ୍ ତା ବାଟରେ ଯିବ’ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେବଳ ଏକ ଧୁଆଁବାଣ । ‘ଚୋର ହାତରେ ଚାବି’ ଭଳି ଜଣେ ଅଭିଯୁକ୍ତଙ୍କ ହାତରେ ଭଣ୍ଡାର ଘରର ଚାବି ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିଜେଡି ସରକାରର ଅସଲି ମୁଖା ମୁଖ୍ୟମନ୍ତ୍ରୀ ନିଜେ ଖୋଲି ଦେଇଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି ।

0
0
0
s2sdefault