ହେଡଲାଇନସ୍:

ତାବରଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ତାବରଡା ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବା ବେଳେ ଏସ୍. ଏମ୍. ସି ସଭାପତି ନିମିଆଁ ପାଣି ଓ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ରଇତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଛାତ୍ର /ଛାତ୍ରୀ ମାନଙ୍କୁ ସୁନାଗରିକ ଭାବେ ଗଠନ ପାଇଁ ଶୁଭ କାମନା କରିଥିଲେ।
ଏହି ଅବସରରେ ବାର୍ଷିକ ପୁରସ୍କାର ବିତରଣ
ଉତ୍ସବ ପାଳନ କରାଯାଇ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ର /ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଲୋପାମୁଦ୍ରା ଭୋଇ , ଶ୍ରଦ୍ଧାଞ୍ଜଳି ଭୂୟାଁ , ନିଶାମାନୀ ସାହୁ , ପ୍ରଣତି ପାଲାକା , ପ୍ରିୟଙ୍କା ଦେବି , ସୋନିଆ ମଂଡଲ , ଶିକ୍ଷକ ସୁପ୍ରିତ ସୁବ୍ରମନ୍ୟୁ , ଦେବ ଲୋହରା , ଆର. ବାଲାକ୍ରିଷ୍ଣା , ହର୍ଷ ଲୋହରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟରେ ସରସ୍ବତୀ ପୂଜା ମଧ୍ୟ ଆୟୋଜନ କରାଯାଇଥିଲା।

0
0
0
s2sdefault