ହେଡଲାଇନସ୍:

ବରିଷ୍ଠ ଆଇପିଏସ ଡି ଏସ୍ କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଭିଜିଲାନ୍ସ କନେଷ୍ଟବଳ ପ୍ରହଲ୍ଲାଦ ରାଉତ ମଧ୍ୟ ପାଇବେ ରାଷ୍ଟ୍ରପତି ପୁଲିସ ମେଡାଲ୍

  • ଓଡ଼ିଶାର ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ତଥା ବରିଷ୍ଠ ଆଇପିଏସ ଅଫିସର ଡି ଏସ୍ କୁଟ୍ଟେ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ମେଡ଼ାଲ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ କୁଟ୍ଟେଙ୍କ ବ୍ୟତୀତ ଭିଜିଲାନ୍ସ କନେଷ୍ଟବଳ ପ୍ରହଲ୍ଲାଦ କୁମାର ରାଉତଙ୍କୁ ମଧ୍ୟ ଚଳିତ ବର୍ଷର ରାଷ୍ଟ୍ରପତି ପୁଲିସ ମେଡାଲ୍ ପାଇବେ ।
ରାଷ୍ଟ୍ରପତି ପୁଲିସ ମେଡାଲ୍ ପାଇଁ ମନୋନୀତ ଶ୍ରୀ କୁଟ୍ଟେ ହେଉଛନ୍ତି ୧୯୯୭ ବ୍ୟାଚ୍ ର ଆଇପିଏସ୍ ଅଫିସର । ରାଜ୍ୟର ପୋଲିସ ସେବାରେ ବିଭିନ୍ନ ପାଦ ପଦବୀରେ ରହି ସଫଳତାର ଦାୟିତ୍ୱନିର୍ବାହ କରିଥିବା ଶ୍ରୀ କୁଟ୍ଟେ ଗୁଇନ୍ଦା ବିଭାଗରେ ତାଙ୍କର ଅପାର ଦକ୍ଷତା ପାଇଁ ବେଶ ଜଣାଶୁଣା | ଯାଜପୁର, ରାଉରକେଲା ଓ ଗଜପତି ଏସପି ଭାବେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏହାପରେ କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୁଇନ୍ଦା ଡିଆଇଜି ଭାବେ କାର୍ଯ୍ୟ କରିଥିଲେ । ୨୦୧୫ ରୁ ୨୦୧୬ ଯାଏ ଗୁଇନ୍ଦା ବିଭାଗ ଆଇଜି, ୨୦୧୬ ରୁ ୨୦୧୭ ରାଜ୍ୟ ପରିବହନ କମିସନର ରହିଥିବା ବେଳେ ୨୦୧୭ ଏପ୍ରିଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ଯୋଗ ଦେଇଥିଲେ । ୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା । ଜଣେ ଦକ୍ଷ, ସଚ୍ଚୋଟ ଏବଂ କାର୍ଯ୍ୟନିଷ୍ଠ ଅଫିସର ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ପୂର୍ବରୁ ଶ୍ରୀ କୁଟ୍ଟେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୨୦୧୩ ରେ ପୁଲିସ ପଦକ ପାଇଥିଲେ ।
ସେହିଭଳି ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ମିଳିବ । ସେମାନେ ହେଲେ- ଯତୀନ୍ଦ୍ର କୁମାର ପଣ୍ଡା(ଅତିରିକ୍ତ ଏସପି, ଭଦ୍ରକ), ପ୍ରଦ୍ୟୁମ୍ନ ମିଶ୍ର(ଅତିରିକ୍ତ ଏସପି, ଭଦ୍ରକ), ସୁଧାଂଶୁ ଶେଖର ପୂଜାରୀ(ଭିଜିଲାନସ୍ ଡିଏସପି, ସୁନ୍ଦରଗଡ଼), ହିମାଂଶୁ ଭୂଷଣ ସ୍ୱାଇଁ(ଭୁବନେଶ୍ୱର ଏସିପି), ଜ୍ଞାନେନ୍ଦ୍ର କୁମାର ଦାସ(ଡେପୁଟି କମାଣ୍ଡାଣ୍ଟ, ବିପିଏସପିଏ), ଅରୁଣ ବଳିୟାରସିଂ(ଇନସପେକ୍ଟର, ସିକ୍ୟୁରିଟି ୱିଙ୍ଗ), ଯୁଗଳ କିଶୋର ପ୍ରଧାନ(ଏସଆଇ, ବ୍ରହ୍ମପୁର ଭିଜିଲାନସ), ସରୱଦିନ ଖାନ୍(କନେଷ୍ଟବଳ, ନୂଆପାଟଣା), ବି ଭୂଷଣ ମହାନ୍ତି(ଏଏସଆଇ, ଏସସିଆରବି), ଅନୀଲ କୁମାର ମିଞ୍ଜ(ଡ୍ରିଲ ଇନସପେକ୍ଟର, ଭୁବନେଶ୍ୱର), ପ୍ରଦୀପ କୁମାର ବେହେରା, ସିପାହୀ(ଚତୁର୍ଥ ବାଟାଲିୟନ୍, ରାଉରକେଲା) ।

0
0
0
s2sdefault