ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ଗର୍ଜ୍ଜିଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଠିକ୍ ଲୋକଙ୍କୁ ମିଳିବା ନେଇ ଯୋଡ଼ା ବିଜେପି ପକ୍ଷରୁ ବି ଡି ଓ ଙ୍କୁ ସ୍ମାରକ ପତ୍ର

ଯୋଡ଼ା./ପାର୍ଥ ସାରଥି ଷଡ଼ଙ୍ଗୀ - ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ଓ ହିତାଧିକାରୀ ଙ୍କ ତାଲିକା ରେ ହେର ଫେର ନେଇ ଯୋଡ଼ା ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ସଠିକ୍ ଗରିବ ଅଧିବାସୀ ଙ୍କୁ ପ୍ରଦାନ ନେଇ ୭ଦିନ ର ମହଲତ ପ୍ରଦାନ କରାଗଲା।ନହେଲେ ଏହି ଆନ୍ଦୋଳନ ଆଗାମୀ ଦିନ ରେ ବ୍ଲକ ରୁ ନେଇ ଜିଲ୍ଲା ଏବଂ ରାଜ୍ୟ ପର୍ଯ୍ୟନ୍ତ ବିକ୍ଷୋଭ ସହ ବ୍ଲକ ଅଫିସ, କଲେକ୍ଟର ଅଫିସ ଓ ବିଧାନସଭା ଘେରାଉ କରାଯିବ। ବିଜେପି ର କହିବା କଥା ୨୦୧୮-୧ ୯ରେ ଯେଉଁ ହିତାଧିକାରୀ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିଥିଲେ ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ସହ ବିଜେଡି ସରକାର ନିଜ କାର୍ଯ୍ୟକର୍ତ୍ତା ଙ୍କୁ କିମ୍ବା ହାତ ଗୁଞ୍ଜା ନେଇ ବଣ୍ଟନ କରିଥିଲା। ବିଜେପି ସେବେଠାରୁ ସଜାଗ ଦୃଷ୍ଟି ରଖିବା ସହ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି। କିନ୍ତୁ ଚଞ୍ଚକତା ସହ ରାଜ୍ୟ ସରକାର ସବୁବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ବିଜୁ ପକ୍କା ଘର ନାମରେ ନାମିତ କରି ତଳେ କେବଳ ପ୍ର ଆ ଯୋ ଲେଖି ହଡ଼ପ ମସୁଧା କୁ ବିଜେପି ଲୋକଙ୍କ ଦୃଷ୍ଟି ଆକର୍ଷଣ ସହ ୩ବର୍ଷ ଧରି ପ୍ରଜାୟ କ୍ରମେ ଆନ୍ଦୋଳନ କରି ଆସୁଛି କିନ୍ତୁ ରାଜ୍ୟ ସରକାର ଦୃଷ୍ଟିପାତ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ତଥା ବିଜେପି ବରିଷ୍ଠ ନେତା ଦିଲ୍ଲୀପ ମିଶ୍ର ଅଭିଯୋଗ କରିଛନ୍ତି। ବିଜେପି ଏହି ପତ୍ର ମାଧ୍ୟମ ରେ ସୂଚିତ କରିଛି ଯେ ଯଦି ଜଣେ ବି ଅଯୋଗ୍ୟ ହିତାଧୀକାରୀ ତାଲିକରେ ସ୍ଥାନ ପାଇବେ କିମ୍ବା କାର୍ଯ୍ୟାଦେଶ ପାଇବେ ଓ ଯୋଗ୍ୟ ଗରିବ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିବେ ତେବେ ରାଜ୍ୟ ସାରା ଯୋଗ୍ୟ ହିତାଧିକାରୀଙ୍କ ସହ ମିଶି ବିଜେପି ଆନ୍ଦୋଳନ କରିବାକୁ ବାଧ୍ୟ ହେବ ଓ ବିଧାନସଭା ଓ ନବୀନ ନିବାସ ପର୍ଯ୍ୟନ୍ତ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଦିଲ୍ଲୀପ ମିଶ୍ର ଙ୍କ ନେତୃତ୍ବ ରେ ଯୋଡ଼ା ମଣ୍ଡଳ ସଭାପତି ସୁଶାନ୍ତ ବେବର୍ତ୍ତା, ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ଅଗ୍ନୁ ମହାନ୍ତ,ମହିଳା ମୋର୍ଚ୍ଚା ର ଜିଲ୍ଲା ଉପସଭାପତି ଶ୍ରଦ୍ଧାଞ୍ଜଳି କର, ସ୍ୱପ୍ନା ସାହୁ, ଜିଲ୍ଲା ଏସ ଟି ମୋର୍ଚ୍ଚା ଉପସଭାପତି ବାଡୁ ଭାଇ,ଯୋଡ଼ା ଉପସଭାପତି ପାର୍ଥ ସାରଥି ଷଡ଼ଙ୍ଗୀ, ମହାବୀର ଶର୍ମା, ଯୋଡ଼ା ବରିଷ୍ଠ ନେତା ଚର୍ଚିଲ ମହାକୁଡ, ବାମେବାରି ମଣ୍ଡଳ ସଭାପତି, ବଡବିଲ ମଣ୍ଡଳ ସଭାପତି, ବିଲେଇପଦା ମଣ୍ଡଳ ସଭାପତି ଙ୍କ ସହ ସହ ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ସଠିକ୍ ଲୋକଙ୍କୁ ଚୟନ କରି ଆବାସ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି |

0
0
0
s2sdefault