ହେଡଲାଇନସ୍:

ଜିଲା ସ୍ତରୀୟ ଆମ ଆଦମୀ ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଆରଏମସି ଠାରେ ଆମ ଆଦମୀ ପାର୍ଟିର ରାଜ୍ୟ ସଂପାଦକ ତଥା ବୌଦ୍ଧ ଜିଲ୍ଲା ପ୍ରଭାରୀ ବାଳକୃଷ୍ଣ ଦଣ୍ଡସେନାଙ୍କ ନେତୃତ୍ଵରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ୍ ଆଦମୀ ପାର୍ଟିର ବରଗଡ଼ ଜିଲା ସଭାପତି ଭବନୀ ପ୍ରସାଦ ସାହୁ , ବରପାଲି ବ୍ଳକ ସଭାପତି ଶ୍ରୀରାମ ସାହୁ , ବଲାଙ୍ଗୀର ଜିଲା ସଦ୍ଭାପତି ଆଶିଷ ପାଣ୍ଡେ ,ତରଦ୍ଭା ବ୍ଳକ ବାଲିଖମାର ପଞ୍ଚାୟତ ସଦ୍ଭାପତି ବଷିଷ୍ଟ ସାହୁ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଦେଖା ଯାଉଥିବା ତଥା ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ବିଜୁ ଲି ସମସ୍ୟା, ପାନୀୟ ଜଳ ସମସ୍ୟା, ରାସ୍ତା ଘାଟ , ଶିକ୍ଷା ସ୍ଵାସ୍ଥ୍ୟ ,ଗମନାଗମନ୍ର , ବେକାରୀ ସମସ୍ୟା, ମାଁ ଙ୍କୁ ସମ୍ମାନ,ଗରିବ ଲୋକଙ୍କ ଆବାସ ଯୋଜନା ସମସ୍ୟା, ତଥା ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଯୋଗ ଦେଇଥିବା ଅତିଥି ମାନେ ସମାଲୋଚନା କରିବା ସହ ବର୍ଷୀ ଥିଲେ I ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ଙ୍କ ଆଦେଶ କ୍ରମେ ଓଡ଼ିଶାରେ ହେବାକୁ ଥିବା ଆଗମୀ ଲୋକସଭା ଓ ବିଧାନସଭାରେ ନିର୍ବାଚନ ରେ ଯେପରି ନିଜ ଦଳ ବିଜୟ ଲାଭ କରିବ । ତେଣୁ ସମସ୍ତ ଆମ ଆଦମୀ ପାର୍ଟି ର କର୍ମୀ ପଞ୍ଚାୟତରୁ ବୁଥ ସ୍ତରୀୟ ପର୍ଯ୍ୟନ୍ତ ସଂଙ୍ଗଠନ ମଜବୁତ କରିବା ପାଇଁ ରାଜ୍ୟ ସଂପାଦକ, ତଥା ବୌଦ୍ଧ ପ୍ରଭାରୀ ବାଳକୃଷ୍ଣ ଦଣ୍ଡସେନା କର୍ମୀ, ମାନଙ୍କୁ ଆହ୍ବାନ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସୁନାପାଲି ଗ୍ରାମ ପଞ୍ଚାୟତର ଆଶିଷ ମେଶ୍ୱାଆଙ୍କ ସହ ନିଜ କର୍ମୀ ମାନଙ୍କୁ ନେଇ ଆମ ଆଦମୀ ପାର୍ଟିରେ ମିଶିଥିଲେ । ଡୁଙ୍ଗୁରିପାଲି ଗ୍ରାମପଞ୍ଚାୟତ କାର୍ଯ୍ୟଭାର ତୁଲାଇବା ପାଇଁ ସଦ୍ଭାପତି ଭାବେ ଭିକାରୀ କୁଅଁର ଙ୍କୁ ପାଟି ତରଫ ରୁ ଦାୟିତ୍ଵ ଦିଆଯାଇଥିଳା । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ ରାଜ୍ୟ ସମ୍ପାଦକ ବାଳକୃଷ୍ଣ ଦଣ୍ଡସେନା କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଆମ ଆଦମୀ ପାର୍ଟି ର କର୍ମୀ ଯୋଗ ଦେଇଥିଲେ।

0
0
0
s2sdefault