ହେଡଲାଇନସ୍:

କଟକରେ ବୃହତ ଜଳ ପରୀକ୍ଷାଗାରର ଶିଳାନ୍ୟାସ କଲେ ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟା ସହରବାସୀଙ୍କ ପାଇଁ ଏକ ପାନୀୟ ଜଳ ପରୀକ୍ଷାଗାର ସହ ରାଜ୍ୟର ବିଭିନ୍ନ ସହରାଂଚଳ ପାଇଁ ଜଳ ପ୍ରକଲପ ଓ ପରୀକ୍ଷାଗାର ଲୋକାର୍ପନ ଏବଂ ଅନ୍ୟ କେତେକ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଶୁକ୍ରବାର ଭୁବନେଶ୍ୱରର ପଳାଶୁଣିଠାରେ ଥିବା ନ୍ୟୁ କ୍ୟାପିଟାଲ୍‌ ଓ୍ଵାଟର ଓ୍ଵାର୍କସ୍‌ଠାରେ ୬୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କଟକ ଯାଇ ଜବାହାର୍‌ଲାଲ୍‌ ନେହେରୁ ଇନ୍‌ଡ଼ୋର ଷ୍ଟାଡ଼ିୟମ୍‌ ନିକଟରେ ଆଉ ଏକ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।କଟକରେ ସେ ୧୦୧ଟି ସହରାଞ୍ଚଳ ଲାଗି ୭୮୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୫୫ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୭୪ଟି ସହରାଞ୍ଚଳ ଲାଗି ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଏବଂ ୬ଟି ଜଳ ପରୀକ୍ଷଣ ଲାବୋରୋଟୋରିକୁ ଉଦ୍‌ଘାଟନ କରିଛନ୍ତି।

ଶୁକ୍ରବାର କଟକର ଇଣ୍ଡୋର ଷ୍ଟାଡିୟମ ଠାରେ ବିଭାଗ  ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଲୋକାର୍ପଣ କରିଥିଲ ।  ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ  ନିରଂଜନ ପୁଜାରୀ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା, ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଦେବାଶିଷ ସାମନ୍ତରାୟ,  ପ୍ରଭାତ ତ୍ରିପାଠୀ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ପ୍ରମୁଖ ଉପସ୍ଥିତ ଥିଲେ । 

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କର ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୧୧୩ଟି ସହରାଂଚଳର ସବୁ ବସ୍ତି ମାନେ ମଧ୍ୟ ଏହାର ସୁବିଧା ପାଇ ପାରିବେ । ସହରାଂଚଳର ଶତ ପ୍ରତିଶତ ଲୋକ ମାନେ ଏହା ଦ୍ୱାରା ଉପକୃତ ହେବେ ଓ ମା ମାନଙ୍କର ସମସ୍ୟା ମଧ୍ୟ ଦୂର ହେବ ।  ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରାଯିବ । ସହରରେ ଥିବା ବସ୍ତି ମାନଙ୍କରେ ରହୁଥିବା ଲୋକ ମାନଙ୍କର କଲ୍ୟାଣ ପାଇଁ ରାଜ୍ୟ ସରକାର ଜମି ଓ ସମ୍ପତିର ଅଧିକାର ଦେବା ପାଇଁ ନିଷ୍ପତି ନେଇଛନ୍ତି ଓ ଆଇନ ପ୍ରଣୟନ କରିଛନ୍ତି । ଭୁବନେଶ୍ୱରରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ସହର ଗୁଡିକର ଭିତିଭୂମି ବିକାଶ କରିବା ପାଇଁ ତାଙ୍କର ସରକାର ସଂକଳ୍ପବଦ୍ଧ  ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

0
0
0
s2sdefault