ହେଡଲାଇନସ୍:

ରାଜଧାନୀରେ ବହିଲା ଉର୍ଜା ଗଙ୍ଗା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନାଲ୍‌କୋ ନଗରରେ ୨୫୫ଟି ଘରକୁ ପାଇପ୍‌ ଲାଇନ୍‌ ଯୋଗେ ଗଲା ରନ୍ଧନ ଗ୍ୟାସ୍‌ 

ଭୁବନେଶ୍ୱର/CHAKRADHAR MAJHI : ଦିପାବଳୀର ଉପହାର ଭାବେ  ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ବୁହାଇଛନ୍ତି ଉର୍ଜା  ଗଙ୍ଗା । ରାଜଧାନୀ ଭୁବନେଶ୍ୱରର ନାଲ୍‌କୋ ନଗରରେ ୨୫୫ଟି ଘରକୁ ପାଇପ୍‌ ଲାଇନ୍‌ ଯୋଗେ ରନ୍ଧନ ଗ୍ୟାସ୍‌  ଯୋଗାଣ କରି ଶୁକ୍ରବାର କେନ୍ଦ୍ର ପେଟ୍ରେଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଯୋଜନା ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟର ୬ ମାସ ପୂର୍ବରୁ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଛି। ଅନ୍ୟପକ୍ଷରେ କଟକରେ ଏଭଳି ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ଏବଂ କଟକରେ ସିଟି ଗ୍ୟାସ ଡିଷ୍ଟ୍ରିବୁ୍ୟସନ୍ (ସିଜିଡି) ପରିଯୋଜନା ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ ଯୋଜନା ସହ ସମାନ୍ତରାଳ ଭାବେ କାର୍ଯ୍ୟକାରୀ କରାଯାଉଛି, ଯାହାକି ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଭାବେ ବେଶ୍ ପରିଚିତ । ପ୍ରାଥମିକ ପର୍ଯ୍ୟାୟରେ, ପ୍ରାକୃତିକ ଗ୍ୟାସ ଭୁବନରେଶ୍ୱରେ ଏକ ସ୍ୱତନ୍ତ୍ର କଂଟେନର ‘କାସକେଡ୍ସ’ ମାଧ୍ୟମରେ ବିତରଣ କରାଯିବ ଯାହାକି ଆନ୍ଧ୍ର ପ୍ରଦେଶର ବିଜୟାୱାଡା ସହରରୁ ପହଂଚାଯିବ । ପରେ ଏହି ପ୍ରାକୃତିକ ଗ୍ୟାସ ଜଗଗୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ (ଜେଏଚ୍ବିଡିପିଏଲ୍) ଦ୍ୱାରା ବିତରଣ ହେବ । ଏବେ ଏହି ପାଇପଲାଇନ ପ୍ରକଳ୍ପ ନିର୍ମାଣଧିନ ଅଛି ଏବଂ ୨୦୧୯ ସୁଦ୍ଧା ଏହାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ।  ଓଡ଼ିଶାରେ ୪,୦୦୦ କୋଟି ଟଙ୍କା ବ୍ୟୟରେ ୭୬୯ କି.ମି. ପାଇପଲାଇନ୍ ଯାହାକି ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଆଦି ୧୩ ଟି ଜିଲ୍ଲାରେ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ବିଛାଯିବ ଏବଂ ଏହି ପାଇପଲାଇନ୍ ଖୋର୍ଦ୍ଧା, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ଅନୁଗୁଳ, ଢେଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ ଭଳି ଶିଳ୍ପ ସମୃଦ୍ଧ ସହର ଗୁଡିକୁ ସଂଯୋଗ କରିବ । ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି ଏବଂ ତମାଣ୍ଡୋରେ ସିଏନ୍ଜି ଷ୍ଟେସନ୍ର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଗଲାଣି ଏବଂ  ଯୋଗାଣ ବ୍ୟବସ୍ଥା ଆରମ୍ଭ କରାଯିବ । ମୋଟ ୧,୭୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ ସିଜିଡି ପ୍ରକଳ୍ପ କରାଯିବ, ଯେଉଁଥିରୁ ୪୦୦ କୋଟି ଟଙ୍କା ଆଗାମୀ ୩-୫ ବର୍ଷ ମଧ୍ୟରେ ବ୍ୟୟ କରାଯିବ ବୋଲି ସେ କହିଥିଲେ  ।

ଗେଲ୍ ନିକଟ ଭବିଷ୍ୟତରେ ଜୀବନ ବୀମା କଲୋନୀ ଏବଂ ମୈତ୍ରୀ ବିହାର କଲୋନି ର ମୋଟ ୧୦୦୦ ଘରକୁ ପିଏନଜି ସଂଯୋଗିକରଣ କରିବା ନିମନ୍ତେ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛି ।  ଏହି ସୁବିଧା ପ୍ରମୁଖ ହୋଟେଲ୍, ହସ୍ପିଟାଲ୍ ଏବଂ ଶିଳ୍ପ ସମୃଦ୍ଧ ସହର ଗୁଡିକୁ ଯୋଗାଇବା ନିମନ୍ତେ ଯୋଜନା କରାଯାଉଛି । ଆସନ୍ତା  ତିନି ରୁ ପାଂଚ ବର୍ଷ ମଧ୍ୟରେ ଭୁବନେଶ୍ୱର-କଟକରେ ପିଏନଜି ସଂଯୋଗୀକରଣରେ ବୃଦ୍ଧି ଘଟିବ । ଆହୁରିମଧ୍ୟ ଦ୍ୱୈତ ନଗରୀରେ ଯାନବାହନକୁ ଇନ୍ଧନ ଯୋଗାଇବା ନିମନ୍ତେ ୨୫ ଟି ସିଏନଜି ଷ୍ଟେସନ୍ ନିର୍ମାଣ କରାଯିବ ବୋଲି ଦାୟିତ୍ୱରେ ଥିବା ଗେଲ ପକ୍ଷରୁ କୁହାଯାଇଛି ।

0
0
0
s2sdefault