ହେଡଲାଇନସ୍:

ମହିଳାମାନେ କୃଷି ଉତ୍ପାଦନର  ମେରୁଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସିଫାରେ ରାଷ୍ଟ୍ରୀୟ ମହିଳା କୃଷକ ଦିବସ ପାଳିତ

ଭୁବନେଶ୍ୱର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଜଳକୃଷି କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସଂସ୍ଥା ଅଟେ । ଏହାର ପରିସରଭୁକ୍ତ କୃଷିବିଜ୍ଞନ କେନ୍ଦ୍ର,ଖୋରଧା ସହିତ ସିଫା ରାଷ୍ଟ୍ରୀୟ ମହିଳା କୃଷକ ଦିବସ ପାଳନ କରିଛି । ଆମ ଦେଶର ଖାଦ୍ୟ ଉପôାଦନ ଓ ତାହାର ଅଭିବୃଦ୍ଧି ନିମନ୍ତେ ଗ୍ରାମୀଣ ମହିଳାମାନଙ୍କର ଅବଦାନ ଯଥେଷ୍ଟ ଅଧିକ । କୃଷି ଓ ଗ୍ରାମୀଣଉତ୍ଥାନ କାର୍ଯ୍ୟରେ ସେମାନଙ୍କ ଭୂମିକାକୁ ସ୍ୱିକୃତି ଦେବାକୁ ଯାଇ ଏହି ଦିନଟିକୁ ମଧ୍ୟ ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ ରୂପେ ପାଳିତ ହୋଇଥାଏ । ଜଳକୃଷିକୁ ବଢ଼ାଇବା ନିମନ୍ତେ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ ପାଇଁ ଉଚ୍ଚକୋଟୀର ଗବେଷଣା ସହ ଏହିସଂସ୍ଥା ବିଭିନ୍ନ ପ୍ରଶକ୍ଷଣ ମାଧ୍ୟମରେ ତା’ର ଜ୍ଞାନକୌଶଳକୁ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ପାଖରେ ପହଂଚାଇଥାଏ ।ଏହି ପରିପ୍ରେକ୍ଷୀରେ ସିଫାର ନିର୍ଦେଶକ ଡଃ ଜେ. ସୁନ୍ଦରାୟ ମଧୁର ଜଳକୃଷି ମାଧ୍ୟମରେ ଗ୍ରାମାଂଚଳର ଚାଷୀମାନଙ୍କର ଜୀବିକା ନିର୍ବାହ ଓ ମହିଳାମାନଙ୍କ ସଶକ୍ତିକରଣ କରିବା ସିଫାର ଏକ ମୁଖ୍ୟକାର୍ଯ୍ୟ ବୋଲି କହିଥିଲେ । ଏହି ଅବସରରେ ସିଫା ଏକ କୃଷକ ଗୋଷ୍ଠୀ ଆୟୋଜନ କରିଥିଲା । ଏଥିରେ ପ୍ରାୟ ୧୦୦ ଜଣ କୃଷକ ଯୋଗଦାନ କରିଥିଲେ ଏବଂ ତନ୍ମଧ୍ୟରୁ ୭୦ ଜଣ ମହିଳା କୃଷକ ଥିଲେ ।ଏହି ଉତ୍ସବରେ  କୃଷି ଓ ମତ୍ସ୍ୟ ଉତ୍ପାଦନ  ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋକପାତ କରିବା ସହିତ କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଏହି ଉସôବରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ୫ ଜଣ ମହିଳା କୃଷକଙ୍କୁ ସମ୍ମାନୀତ କରିଥିଲେ ।ସେ ମହିଳା କୃଷକ ଉଦ୍ୟୋଗୀମାନଙ୍କର ବିକାଶରେ ସିଫା ଓ କୃଷିବିଜ୍ଞାନ କେନ୍ଦ୍ରର ଭୂମିକାକୁ ପ୍ରଶଂସା କରିଥିଲେ । ସେ ସମ୍ମାନିତ ମହିଳା କୃଷକମାନଙ୍କର ବୈଜ୍ଞାନିକ ପଦ୍ଧତିକୁ ଆପଣେଇବାର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ ।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀର ସହାୟକ କୃଷି ମହାନିର୍ଦେଶକ  (କୃଷି ସଂପ୍ରସାରଣ)ସମ୍ମାନିତ ଅତିଥି ରୂପେ ଯୋଗଦେଇ ମହିଳାମାନେ କୃଷି ଉତ୍ପାଦନର  ମେରୁଦଣ୍ଡ ବୋଲି କହିଥିଲେ । ଯେତେବେଳେ ପୁରୁଷମାନେ ଜୀବିକା ଉପାର୍ଜନ ପାଇଁ ସ୍ଥାନାନ୍ତରିତ ହୋଇଥାନ୍ତି ଘରର ଖାଦ୍ୟ ସୁରକ୍ଷା ସେମାନଙ୍କ ପାଇଁ ଜଟିଳ ହୋଇପଡେ଼ ।ତେଣୁ କୃଷି ଗବେଷଣା ସଂସ୍ଥାମାନେ ମହଳାଙ୍କ ପ୍ରତି ଅନୁକୂଳ ବୈଷୟିକ ଜ୍ଞାନ କୌଶଳ ଉପôନ କରିବାକୁ ପରାମର୍ଶ ଦେଇଥିଲେ । ଦିଲ୍ଲୀସ୍ଥିତ ଜଣେ ମହିଳା ଉଦ୍ୟୋଗୀ ଶ୍ରୀମତୀ କ୍ରୀଷ୍ଣା ୟାଦବଙ୍କ ଉଦାହରଣ ଦେଇ ସେ କହିଥିଲେ, ଦିନେ ରାସ୍ତାକଡ଼ରେ ସେ ଆଚାର ବିକ୍ରି କରୁଥିଲେ, ମାତ୍ର ବର୍ତମାନ ତାଙ୍କର ୧୦୦ଟି ଉତ୍ପାଦକୁ ବାର୍ଷିକ ୪କୋଟି ଟଙ୍କା ରୋଜଗାର । ଓୟୁଏଟି ମତସ୍ୟ ମହାବିଦ୍ୟାଳୟର ପୂର୍ବତନ ଡିନ ଡଃ (ଶ୍ରୀମତୀ) କସ୍ତୁରୀ ସାମନ୍ତରାୟ, ସିଫା ମହିଳାସେଲର ଅଧ୍ୟକ୍ଷା ଡଃ କେ.ଡି. ମହାପାତ୍ର ଏହି ଅବସରରେ କୃଷି ବିକାଶରେ ମହିଳାମାନଙ୍କ ଭୂମିକା ଉପରେ ନିଜ ନିଜର ମତ ପ୍ରଦାନ କରିଥିଲେ । ପରିଶେଷରେ ସିଫାର ପ୍ରମୁଖ ବୈଜ୍ଞାନିକ ଡଃ (ଶ୍ରୀମତୀ) ପି. କେ. ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault