ହେଡଲାଇନସ୍:

ତାଲିମ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସକ ଭାବେ  ନିଯୁକ୍ତି ପାଇବେ ଷ୍ଟାଫନର୍ସ ଏବଂ ଆୟୁର୍ବେଦିକ ଡାକ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଷ୍ଟାଫନର୍ସ ଏବଂ ଆୟୁର୍ବେଦିକ ଡାକ୍ତରମାନଙ୍କ ନିମନ୍ତେ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ମୋଡାଲିଟି ଅନୁମୋଦିତ 

ଭୁବନେଶ୍ୱର – ଗୋଷ୍ଠୀ  ସ୍ୱାସ୍ଥ୍ୟ ଚିକିତ୍ସକ ଭାବେ କାର୍ଯ୍ୟକରିବା ନିମନ୍ତେ ଷ୍ଟାଫନର୍ସ ଏବଂ ଆୟୁର୍ବେଦିକ ଡାକ୍ତରମାନଙ୍କ ନିମନ୍ତେ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ମୋଡାଲିଟି ଅନୁମୋଦିତ ହୋଇଛି । ସେମାନଙ୍କୁ ଇଗ୍ନୋ ମାଧ୍ୟମରେ ୬ ମାସର ପାଠ୍ୟକ୍ରମ ସହିତ ପ୍ରାକ୍ଟିକାଲ ସମ୍ପୂର୍ଣ୍ଣ କରିବାକୁ ହେବ । ପ୍ରାଥମିକ ପର୍ଯ୍ୟାୟରେ ନିୟମିତ ଭାବେ କାର୍ଯ୍ୟକରୁଥିବା  ଷ୍ଟାପ୍ ନର୍ସମାନେ ଏହି ପାଠ୍ୟ କ୍ରମ ପାଇଁ ଆଗ୍ରହୀ ନହେବା ଏବଂ ନିର୍ଦ୍ଧାରିତ ମାନଦଣ୍ଡ ପୁରଣ କରୁ ନଥିବା ଯୋଗୁଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଚୁକ୍ତିଭିତିକ ଷ୍ଟାପ୍ ନର୍ସମାନଙ୍କୁ ଏହି ପାଠ୍ୟକ୍ରମ ପାଇଁ ଚୟନ କରାଯିବା ନିମନ୍ତେ ନିଷ୍ପତି ହୋଇଛି । ତେବେ ଯୋଗ୍ୟ ବିବେଚିତ ହେଉଥିବା ଆଗ୍ରହୀ ନିୟମିତ ଷ୍ଟାପ୍ ନର୍ସଙ୍କ ସମେତ ଚୁକ୍ତିଭିତିକ ଷ୍ଟାପ୍ ନର୍ସମାନଙ୍କୁ ଏହି ପାଠ୍ୟକ୍ରମ ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପ୍ରକାଶ ।

ସେହିପରି ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ  ମାନଙ୍କରେ କାର୍ଯ୍ୟକରୁଥିବା ଚୁକ୍ତିଭିତିକ ଆୟୁର୍ବେଦିକ ଡାକ୍ତରମାନଙ୍କୁ ଏହି ପାଠ୍ୟକ୍ରମ ନିମନ୍ତେ ପଠାଯିବ । ଏହି ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପରେ ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆଦୌ ଡାକ୍ତର ନାହାଁନ୍ତି ବା ନିଯୁକ୍ତି ପାଇ ଦୀର୍ଘଦିନ ଧରି ଅନୁପସ୍ଥିତ ରହିଛନ୍ତି , ସେହି ସବୁ ସ୍ଥାନରେ ସେମାନଙ୍କୁ ଗୋଷ୍ଠୀ  ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ । ସେହିପରି ଏହି ତାଲିମ୍ପ୍ରାପ୍ତ ଷ୍ଟାପ୍ ନର୍ସମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ମୁତୟନ କରାଯିବ । ଏହି ନିଯୁକ୍ତି ପ୍ରାପ୍ତ ଆୟୁର୍ବେଦିକ ଡାକ୍ତର ଏବଂ ଷ୍ଟାପ୍ ନର୍ସମାନଙ୍କୁ ସେହି ସବୁ ସ୍ଥାନରେ କାର୍ଯ୍ୟ କରିବା ସମୟରେ ରାଜ୍ୟ ସରକାଙ୍କ ଦ୍ୱାରା ମଞ୍ଜୁର ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ଏହି ତାଲିମ୍ ପରେ , ଚୁକ୍ତି ଭିତିକ ଆୟୁର୍ବେଦିକ ଡାକ୍ତର ଏବଂ ଷ୍ଟାପ୍ ନର୍ସମାନେ ଅନ୍ତତଃ ପକ୍ଷେ ୫ ବର୍ଷ କାର୍ଯ୍ୟ କରିବା ନିମନ୍ତେ ବଣ୍ଡ୍ ସାଇନ୍ କରିବାକୁ ପଡିବ ।

 

0
0
0
s2sdefault