ହେଡଲାଇନସ୍:

ପଦ୍ମପୁର ରେ ବିଜେପୁର ରିଟର୍ଣ୍ଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବର୍ଷା ଙ୍କର ସହିତ ବିରୋଧୀ ଙ୍କର ମୁଖ୍ୟ ଟାର୍ଗେଟ ଥିଲେ ସୁଶାନ୍ତ ସିଂ

ବିରୋଧୀ ମାନଙ୍କ ସବୁ ରଣନୀତି କୁ ଓଲଟାଇ ଦେଲେ ମାଷ୍ଟର ବ୍ଲାଷ୍ଟର ସୁଶାନ୍ତ ସିଂ

ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ରେକର୍ଡ ମାର୍ଜିନ ର ବିଜୟ ପଛରେ ଦଳର ସୁପ୍ରିମୋ ଙ୍କର ସ୍ୱଚ୍ଛ ନିର୍ମଳ ଶାସନ , ଠିକଣା ସମୟରେ ସଠିକ ରଣନୀତି , ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ସଠିକ ପରିଚାଳନା , ଦଳୀୟ ନେତୃମଣ୍ଡଳୀ ଙ୍କର ନେତୃତ୍ବରେ, ସମର୍ପିତ କର୍ମୀ ମାନଙ୍କର କଠୋର ପରିଶ୍ରମ କୁ ନୁଶ୍ଚିତ ଭାବରେ ଶ୍ରେୟ ଯିବ |କାରଣ ସମସ୍ତେ ଏଥର ମନପ୍ରାଣ ଦେଇ ଖଟିଛନ୍ତି | ହେଲେ କିନ୍ତୁ ଉପନିର୍ବାଚନ ପରିଚାଳନା ଦାଇତ୍ୱରେ ରହିଥିବା ପୂର୍ବତନ ମନ୍ତ୍ରୀ ଓ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଭୂମିକା ଥିଲା ନିର୍ଣ୍ଣାୟକ | ବିରୋଧୀଙ୍କୁ ଖୋଲା ଚାଲେଞ୍ଜ ଦେଇ, ସେମାନଙ୍କ ଟାର୍ଗେଟରେ ରହି, ସେମାନଙ୍କୁ କହି କହି , ସେମାନଙ୍କ ଆଖିରେ ଆଙ୍ଗୁଠି ଗେଂଜି ବିଶାଳ ବିଜୟକୁ ଛଡାଇ ନେଇଥିଲେ ବିଜେପୁର ଭଳି, ନିଜ ସଫଳ ରଣନେଟ ଓ ଫ୍ଲୋର ମ୍ୟାନେଜମେଣ୍ଟ ଦ୍ୱାରା ।
ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କର ଉପରେ ଭରସା କରି ଦଳର ମୁଖିଆ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଉପନିର୍ବାଚନର ପର୍ଯବେକ୍ଷକ ବା ନିର୍ବାଚନ ପାରିଛନଲ ମୁଖ୍ୟ ଦାଇତ୍ୱ ପ୍ରଦାନ କରିଥିଲେ । ସିଧାସିଧା କହିବାକୁ ଗଲେ , ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ କରିଥିବା ଭରସା କୁ ସମ୍ପୁର୍ଣ୍ଣ ଭାବରେ କାର୍ଯରେ ପରିଣତ କରି ଦେଖେଇ ଦେଇଥିଲେ ଶ୍ରୀ ସିଂ । ମତଦାନ ର ପ୍ରାୟ ଏକ ସପ୍ତାହ ଆଗରୁ ଗଣମାଧ୍ୟମ ରେ ଏକ ପ୍ରତିକ୍ରିୟା ଦେଇ ଶ୍ରୀ ସିଂ ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳକୁ ଏକ ଲକ୍ଷ ଭୋଟ ମିଳିବ ବୋଲି କହିଥିଲେ , ଏହାକୁ ନେଇ ବିରୋଧୀ ମହଲରେ ଅନେକ ଅଲୋଚନା ,ସମାଲୋଚନା ମଧ୍ୟ କରାଯାଇଥିଲା ।ଏଠାରେ ସୂଚନାଯୋଗ୍ୟ ଯେ ଗତ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ସେଠି ମଧ୍ୟ ଶ୍ରୀ ସିଂ ଜିତିବୁ ବୋଲି କହି ଭୋଟ ବ୍ୟବଧାନ ମଧ୍ୟ କହିଥିଲେ । ହେଲେ ବିଜ୍ଞ ବିରୋଧୀ ମାନଙ୍କ ତରଫରୁ ତାଙ୍କୁ , ସୁଶାନ୍ତ ସିଂ କଣ ଜ୍ୟୋତିଷ ବୋଲି ପ୍ରଶ୍ନ କରିଥିଲେ ହେଲେ ବିଜେପୁର ଫଳାଫଳ ଆସିବା ପରେ ହଟାତ ସବୁ ବିରୋଧୀ ହଜି ଯାଇଥିଲେ । ସମାନ ଅବସ୍ଥା ପଦ୍ମପୁର ରେ ଥିଲା । ଏହି ଉପନିର୍ବାଚନ ରେ ବିଜ୍ଞ ବିରୋଧୀ ନେତା ମାନଙ୍କ ଦ୍ୱାରା ମଞ୍ଚ ଉପରୁ ବର୍ଷା ଙ୍କର ପ୍ରତି କରାଯାଇଥିବା ବ୍ୟକ୍ତିଗତ ଆକ୍ଷେପ ଓ ଅ ଅବାନ୍ତର କଟୁ ସମାଲୋଚନା ବୋଧହୁଏ ଆଜି ବିରୋଧୀ ମାନଙ୍କୁ କୋଣଠେଶା କରିଦେଇଛି । ଜଣେ ବାପଛେଉଣ୍ଡ ଝିଅକୁ ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଅପଦସ୍ତ କରାଗଲା ବୋଧହୁଏ ଭୋଟ ମାଧ୍ୟମରେ ତାର ଜବାବ ଦେଇଛନ୍ତି ପଦ୍ମପୁର ର ଜନସାଧାରଣ ।
ଅନ୍ୟପଟେ ବିରୋଧୀ ଦଳର ବଡ ବଡ ନେତା ମାନଙ୍କ ମୁଖ୍ୟ ଟାର୍ଗେଟ ଥିଲେ ବିଧାୟକ ସୁଶାନ୍ତ ସିଂ । ଉପନିର୍ବାଚନ ରେ ନିଜର ଦଳୀୟ ପ୍ରାର୍ଥୀ ଙ୍କର ପ୍ରଚାର କରୁ କରୁ ସବୁବେଳେ ଶ୍ରୀ ସିଂ କୁ ଟାର୍ଗେଟ କରୁଥିଲେ । ବୋଧହୁଏ ବିରୋଧୀ ନେତା ମାନଙ୍କୁ ସୁଶାନ୍ତ ସିଂ ଙ୍କର ନିର୍ବାଚନ ପରିଚାଳନା କୁ ନେଇ ଡର ଥିଲା । ଅବଶ୍ୟ ବିରୋଧୀ ନେତା ମାନେ ଭଲ ଭାବରେ ଜାଣନ୍ତି ସୁଶାନ୍ତ ଯେତିକି ଭଟଲି ର ପ୍ରିୟ ସେତିକି ପଦ୍ମପୁର ରେ ପ୍ରିୟ । ବିରୋଧୀ ମାନେ ଦେଖିଛନ୍ତି ଜେବିଜେପୁର ରେ କଣ ହୋଇଥିଲା ଓ ତାଙ୍କର ଅବସ୍ଥା କଣ ହୋଇଥିଲା । ବୋଧହୁଏ ଏହି କାରଣ ପାଇଁ ସୁଶାନ୍ତ ଙ୍କୁ ଟାର୍ଗେଟ କରି କ୍ରମାଗତ ଭାବରେ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିଲା । ନିର୍ବାଚନ ରେ ଅନେକ କିଛି ହୁଏ ଏଥିରେ ସନ୍ଦେହ ନାହିଁ । ଗୋଟିଏ ମଞ୍ଚରୁ ସାଂସଦ ସୁରେଶ ପୂଜାରୀ ଖୁବ ଶୀଘ୍ର ସୁଶାନ୍ତ ସିଂ ଅରେଷ୍ଟ ହେବେ ବୋଲି କହିଥିଲେ କିନ୍ତୁ କାହିଁକି , ଏକଥା ର ଉତ୍ତର ଶ୍ରୀ ପୂଜାରୀ ଙ୍କର ପାଖରେ ନଥିଲା । ଅନେକ ପ୍ରସଙ୍ଗ ରହିଥିଲା ବିରୋଧୀ ଙ୍କର ପାଖରେ ଉପନିର୍ବାଚନରେ । କିନ୍ତୁ ପ୍ରସଙ୍ଗ କୁ ନେଇ ରାଜନୀତି କରିବା ପରିବର୍ତ୍ତେ ବିରୋଧୀ କେବଳ ବ୍ୟକ୍ତିଗତ ଆକ୍ଷେପ କୁ ମୁଖ୍ୟ ପ୍ରସଙ୍ଗ କରିଥିଲେ । ସୁଶାନ୍ତଙ୍କ ଆତ୍ମବିଶ୍ୱାସ ବିରୋଧୀଙ୍କୁ ହତାଶ କରିଥିଲା, ତାଙ୍କର ଆହ୍ବାନ ଆଗରେ ବିରୋଧୀଙ୍କ ମନୋବଳ ଦୁର୍ବଳ ହୋଇଥିଲା | ଆଉ ତାଙ୍କର ଚାଲେଞ୍ଜ " ଯଦି ବିଜେଡି ହାରିବ ତେବେ ମୁ ରାଜନୀତିରୁ ସନ୍ୟାସ ନେବି" କୁ ଗ୍ରହଣ କରିବାକୁ ବିରୋଧୀ ଦଳର ବଡ଼ବଡ଼ ନେତା ବି ଦେଇଥିଲେ ପଛଘୁଞ୍ଚା | କାରଣ ସେ ଚାଁଲେଞ୍ଜ ସୁଶାନ୍ତଙ୍କ ଅହଂକାର କହିନଥିଲା, ତାଙ୍କର ହୋମୱାର୍କ ଉପରେ ଥିବା ଆତ୍ମାବିଶ୍ୱାସ କହିଥିଲା | ସେଇ ଆତ୍ମବିଶ୍ୱାସ ଆଉ ସଫଳ ମୋର୍ଚା ପରିଚାଳନା କାରଣରୁ ସୁଶାନ୍ତ ପଦ୍ମପୁର ରେ ମଧ୍ୟ ବିଜେପୁର ଫିଲ୍ମ ବିରୋଧୀ ମାନଙ୍କୁ ଦେଖାଇବାରେ ସକ୍ଷମ ହୋଇଛନ୍ତି |

0
0
0
s2sdefault