ହେଡଲାଇନସ୍:

ଗତକାଲି ସ୍ବର୍ଗତ ପିତା ଙ୍କର ଓ ଆଜି ସକାଳୁ ମାଁ ବିନ୍ଧ୍ୟବାସିନୀ ଙ୍କର ଆଶୀର୍ବାଦ ନେଲେ ବର୍ଷା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ଼ :- ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ରଣୀ ସିଂ ବରିହା ଗତ କାଲି ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ପଦ୍ମପୁର ଇତିହାସ ରେ ପ୍ରଥମ ମହିଳା ଭାବରେ ନିର୍ବାଚନ ରେ ବିଜୟ ଲାଭ ଜରିବା ଓ ରେକର୍ଡ ମାର୍ଜିନ ରେ ବିଜୟୀ ହେବା । ଗତକାଲି ପରିଣାମ ଘୋଷଣା ହେବା ପରେ ନିଜର ସ୍ବର୍ଗତ ପିତା ତଥା ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଶୀର୍ବାଦ ନେବା ପାଇଁ ତାଙ୍କର ସମାଧି ପୀଠକୁ ଯାଇଥିବା ବେଳେ ଆଜି ଭୋର ରୁ ନିଜର କୂଳଦେବୀ ମାଁ ବିନ୍ଧ୍ୟାବାସିନୀ ଙ୍କର ଆଶୀର୍ବାଦ ଭିକ୍ଷା କରିବା ପାଇଁ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ମାଁ ବିନ୍ଧ୍ୟାବାସିନୀ ଙ୍କର ମନ୍ଦିର ପହଂଛି ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନିଜର କୂଳଦେବୀ ମାଁ ବିନ୍ଧ୍ୟାବାସିନୀ ଙ୍କର ନିକଟରୁ ଆଶୀର୍ବାଦ ନେଇ ବର୍ଷା ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ବିଜୟ ଲାଭ କରିଥିଲେ । ଆଜି ମାଁ ଙ୍କର ଦର୍ଶନ କରିବା ସହିତ ତାଙ୍କୁ ପ୍ରଦାନ କରାଯାଇଥିବା ଗୁରୁଦାୟିତ୍ୱ କୁ ସୁଚାରୁ ରୂପରେ ସମ୍ପାଦନ କରିବା ପାଇଁ ମାଁ ଙ୍କର ନିକଟରୁ ଆଶୀର୍ବାଦ ଭିକ୍ଷା କରିଥଲେ ।

0
0
0
s2sdefault