ହେଡଲାଇନସ୍:

" ଦମନ୍" ଚଳଚ୍ଚିତ୍ର ଦେଖିଲେ ଜିଲ୍ଲା ସରକାରୀ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ "ଦମନ" ଚଳଚ୍ଚିତ୍ର ଦେଖିଛନ୍ତି।
ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ଦମନ"କୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦେଖିଛନ୍ତି। ଗଜପତି ଜିଲ୍ଲା ଓ ଦୌରା ଜଜ୍ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ , ଉପଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚରୀମାନେ ଉପସ୍ଥିତ ରହି ସିନେମା ଦେଖିଥିଲେ।
ଗଜପତି ଜିଲ୍ଲାର ମ୍ୟେଲେରିଆ ପ୍ରବଣ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ବନ୍ଧକ ସ୍ଵତେ ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର , ନର୍ସ କର୍ମଚାରୀ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ୱ ଦେଇ କର୍ତ୍ତବ୍ୟ ତୁଲାଇ ଥିଲେ। ଦମନ ସିନେମା ଦେଖିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର , ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କର ପୁରୁଣା ଅଭିଜ୍ଞତାକୁ ମନେ ପକାଇଥିଲେ। ପ୍ରକାଶ ଥାଉକି "ଦମନ"କୁ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗଠୁ ଗଜପତି ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି ହୋଇଥିଲା। ଆସନ୍ତା କାଲି ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ , ଡାକ୍ତର , ନର୍ସ ଓ ଅନ୍ୟା କର୍ମଚାରୀ ମଧ୍ଯ ଦେଖିବେ ବୋଲି ଅତିରିକ୍ତ ଜିଲ୍ଲାପଳ ଶ୍ରୀ ପଣ୍ଡା କହିଛନ୍ତି।

0
0
0
s2sdefault