ହେଡଲାଇନସ୍:

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍‌-୨୦୨୨ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ୟୁନିଅନ୍ ସ୍ପୋର୍ଟିଂକୁ ହରାଇ ଭୁବନେଶ୍ୱର ଏସବି ଇଲେଭେନ୍ ଚମ୍ପିଆନ୍‌ 

ନୟାଗଡ଼(ବିଶ୍ଵଜିତ ନାୟକ)- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍‌-୨୦୨୨ ଆଜି ଉଦଯାପିତ ହୋଇଯାଇଛି । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଟି-୨୦ ନୟାଗଡ଼ କପ୍ ଫାଇନାଲ ମ୍ୟାଚର ଉଦଯାପନୀ ଦିବସକୁ ଜିଲ୍ଲାପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଭେଷଜ ବିଶେଷଜ୍ଞ ଡ଼ ସିର୍ଦ୍ଧାଥ ଦାଶ, ଶିଶୁରୋଗ ବିଶେଷଜ୍ଞ ଡ଼ ଆଶିଷ ଦିକ୍ଷିତ୍ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ଆଜି କଟକ ୟୁନିଅନ୍ ସ୍ପୋର୍ଟିଂ ଓ ଏସ୍‌.ବି ଇଲେଭେନ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏସ୍‌.ବି ଇଲେଭେନ୍ ଟସ୍ ଜିତି ୟୁନିଅନ୍ ସ୍ପୋର୍ଟିଂକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ୟୁନିଅନ୍ ସ୍ପୋର୍ଟିଂର ରାଜିବ ଲୋଚନ ସାହୁ ଓ ଜ୍ୟୋତିରଂନଜ ଦୁଇ ଓପନର ଓପନିଂ କରିବାକୁ ପଡିଆ ଭିତରକୁ ପ୍ରବେଶ କରିଥିଲେ । ୟୁନିଅନ୍ ସ୍ପୋର୍ଟିଂ କଟକ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ଅର୍ଥାତ୍ ୧୯.୩ ଓଭରରେ ଦଳର ସମସ୍ତ ଓି୍ୱକେଟ୍ ହରାଇ ୧୧୮ ରନ୍ କରିଥିଲେ । ଦଳ ପକ୍ଷରୁ ଜ୍ୟୋତିରଂଜନ ସର୍ବାଧିକ ୪୧ରନ(୩୪ବଲ, ୬ଟି ଚୌକା, ୧ଟି ଛକା) କରିଥିବା ବେଳେ ପଙ୍କଜ ସେନାପତି ୩୨ରନ (୩୧ବଲ, ୨ଟି ଚୌକା, ୧ଟି ଛକା) କରିଥିଲେ । ଏସ୍‌.ବି ଇଲେଭେନ୍ ପକ୍ଷରୁ ପ୍ରଦୀପ କୁମାର ପରିଡା ଓ ସୁଶିଲ୍ ବାରିକ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସତ୍ୟ ଓ ଅକ୍ଷାନ୍ତ ୨ଟି ଲେଖାଏଁ ୱିକେଟ୍ ନେଇ ଦଳ ପାଇଁ ସଫଳତା ଆଣିଥିଲେ । ଏସ୍‌.ବି ଇଲେଭେନ୍ ୧୧୯ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ଦୁଇ ଓପନର ଜ୍ୟୋତିରଂଜନ ବେହେରା ଓ ସିଦ୍ଧାନ୍ତ କୁମାର ଜେନା ଓପନିଂ କରିଥିଲେ । ଦ୍ୱିତୀୟ ଇଂନିସ୍ ଆରମ୍ଭରୁ ଦୁଇ ଓପନର ଚୌକା, ଛକା ବର୍ଷଣ କରି ୮୮ରନର ଭାଗିଦାରରେ ଦଳକୁ ବିଜୟ ପଥେ ଆଗେଇ ନେଇଥିଲେ । ଏସ.ବି ଇଲେଭେନ୍ ଭୁବନେଶ୍ୱର ୧୩.୩ଓଭରରେ ଦଳର ମୂଲ୍ୟବାନ ୪ଟି ୱିକେଟ ହରାଇ ୧୧୯ରନ୍ କରି ନୟାଗଡ଼ କପ୍‌-୨୦୨୨ ବର୍ଷର ଚମ୍ପିଆନ୍ ହୋଇଥିଲେ । ଦଳ ପକ୍ଷରୁ ଜ୍ୟୋତିରଂଜନ ୩୦ଟି ବଲରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୪୬ରନ କରିଥିବା ବେଳେ ସିଦ୍ଧାନ୍ତ କୁମାର ଜେନା ୨୪ବଲରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୨ରନ କରିଥିଲେ । ୟୁନିଅନ୍ ସ୍ପୋର୍ଟିଂ କଟକ ପକ୍ଷରୁ ବାଦଲ ବିଶ୍ୱାଳ ୩ଟି ୱିକେଟ୍ ଓ ଜ୍ୟୋତିରଂଜନ ଦଳାଇ ୧ଟି ୱିକେଟ୍ ଅକ୍ତିଆର କରିଥିଲେ । ପୁରଷ୍କୃତ ସଭାରେ ନୟାଗଡ଼ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚମ୍ପିଆନ୍ ଏସ୍‌.ବି ଇଲେଭେନ୍ ଭୁବନେଶ୍ୱରକୁ ବିଜୟୀ ଟ୍ରଫି ସହ ୩୫ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନସ୍ ଅଫ୍ ୟୁନିଅନ୍ ସ୍ପୋର୍ଟିଂ କଟକକୁ ରନସ୍ ଅଫ୍ ଟ୍ରଫି ସହ ୨୫ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଟି-୨୦ ନୟାଗଡ଼ କପ୍‌-୨୦୨୨ର ଟୁର୍ଣ୍ଣାମେଣ୍ଟର ବେଷ୍ଟ ବୋଲର ଏସ୍‌.ବି ଇଲେଭେନର ସୁଶିଲ୍ ବାରିକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ବେଷ୍ଟ ଫିଲଡର ଭାବେ ନୟାଗଡ଼ କ୍ରିକେଟ୍ ଆସୋସିଏନର ରିଷିକାନ୍ତ ମାନସିଂଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଭାବେ ଏସ.ବି ଇଲେଭେନର ବେଷ୍ଟ ଓି୍ୱକେଟ୍ କିପର ମାନସର ରଂଜନ ନାୟକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଫାଇନାଲ ମ୍ୟାଚର ମ୍ୟାନ୍ ଅପ୍ ମ୍ୟାଚ୍ ଭାବେ ପ୍ରଦୀପ କୁମାର ପ୍ରଧାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ୍ ଅପ୍ ଦ ସିରିଜ୍ ଭାବେ ୟୁନିଅନ୍ ସ୍ପୋର୍ଟିଂ ଦଳର ଜ୍ୟୋତିରଂଜନ ଦଳାଇଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଛି । ଫାଇନାଲ ମ୍ୟାଚରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ, ନାଟୁଗାଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଭଗବାନ ଜେନା ଉପସ୍ଥିତ ରହି ପୁରଷ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଏହି ମ୍ୟାଚକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ, ଓସିଏ ଅମ୍ପୟାର ବିଭୂ ପ୍ରସାଦ ଚୌଦୁରୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଆସୁତୋଷ ମିଶ୍ର, ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ରାମକୃଷ୍ଣ ରଥ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ । ଅନଲାଇନ୍ ଓ ଅଫଲାଇନ୍ ସ୍କୋରର ସୁଶିଲ୍ କୁମାର ସୁନ୍ଦରାୟ ସହଯୋଗ କରିଥିଲେ । ନୟାଗଡ଼ କପ୍‌-୨୦୨୨କୁ ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର କଅଁର, କ୍ଷୀରୋଦ କୁମାର ମହାପାତ୍ର, ଆଶିଷ କୁମାର ଅଗ୍ରୱାଲ, ସରୋଜ କୁମାର ରଣସିଂ, ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ଜେନା, ସତ୍ୟବ୍ରତ ପଟ୍ଟନାୟକ, ସଂଗ୍ରାମ କେଶରୀ ଗୁମାନସିଂ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ସାହାର୍ଯ୍ୟ ସହଯୋଗ କରିଥିଲେ ।

0
0
0
s2sdefault