ହେଡଲାଇନସ୍:

ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ବୁଧବାର ଦିନ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରଶାସନିକ ଭବନ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଭାଗୀୟ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ସାହୁଙ୍କ ତତ୍ବାବଧାନରେ ଦିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଚିତ୍ତରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରସନ୍ନ କୁମାର ଦାଶ, ଓଡ଼ିଆ ବିଭାଗ ଅଧ୍ୟାପକ ଚିତ୍ତରଞ୍ଜନ ଦାଶ, ସମାଜ ବିଜ୍ଞାନ ଅଧ୍ୟାପକ ସମ୍ବିତ ଦାସ, ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ଉପ-ସଭାପତି ଆଦର୍ଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକଙ୍କ ପାଖରେ ଦକ୍ଷତା ପୁରି ରହିଛି । ନିଉଟନଙ୍କ ଆଗରେ ଆତଖସିବା ଘଟଣାରୁ ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କରେ ଜଣାପଡ଼ିବା ପରି ଲକ୍ଷ୍ୟ ସ୍ଥିର ରହିଲେ ପ୍ରତ୍ୟେକ ଦୁନିଆ ପାଇଁ କିଛି ନୂତନ ସୃଷ୍ଟି କରିପାରିବେ । ଏଣୁ ଉଚ୍ଚତର ଶିକ୍ଷା ଗ୍ରହଣ ସହିତ ନିଜକୁ ଶୃଙ୍ଖଳିତ କରିପାରିଲେ ଜୀବନ ସାର୍ଥକ ହୋଇପାରିବ । ଅଧ୍ୟାପିକା ଶୁଭସ୍ମିତା ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault