ହେଡଲାଇନସ୍:

ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉତ୍ସବକୁ ଉଦ୍ଘାଟିତ କରି ମନୁଷ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । କ୍ରୀଡାକୁ ସମ୍ମାନ ଦେଇ ଶୃଙ୍ଖଳିତ ଭାବେ ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ପ୍ରତିଯୋଗି ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟ ଛାତ୍ର ସଂସଦ କ୍ରୀଡା ମନ୍ତ୍ରୀ ଶୁଭ୍ରାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟ ଠାରୁ ରଘୁନାଥ ସମବାୟ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ପହଁଚିଥିଲା l ବିଦ୍ୟାଳୟ ପରିସରରେ ଖେଳ ପଡିଆ ନଥିବାରୁ ରଘୁନାଥ ସମବାୟ ମହାବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ ଦିନର ଦୌଡ଼ ଓ ସଟ ପୁଟ ପ୍ରତିଯୋଗିତା ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ୨ୟ ଦିବସରେ ବିଦ୍ୟାଳୟ ପରିସରରେ ହାଇ ଜମ୍ପ ଓ ଲଙ୍ଗ ଜମ୍ପ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତଯୋଗିତାର କନିଷ୍ଠ ବିଭାଗରେ ଷଷ୍ଠରୁ ଅଷ୍ଟମ ଓ ବରିଷ୍ଠ ବିଭାଗରରେ ନବମ ଶ୍ରେଣୀକୁ ଭାଗ କରାଯାଇଥିଲା । ବାଳକ ଓ ବାଳିକା ବର୍ଗ ପାଇଁ ଅଲଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସର୍ବମୋଟ ଅଲଗା ଅଲଗା ବର୍ଗରେ ୨୦ ଗୋଟି ପ୍ରତିଯୋଗିତା କରାଯାଇଥିଲା । କ୍ରୀଡା ଶିକ୍ଷିକା ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ କ୍ରୀଡା ଗୁଡ଼ିକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଯଥା ନରୋତ୍ତମ ପାତ୍ର, ବିଶ୍ବରଂଜନ ପ୍ରତାପସିଂ ଖମାରୀ, ଭକ୍ତି ବିନୋଦ ସଲ, ବଂଶୀଧର ଷଡଙ୍ଗୀ, ବିଭୁ ପ୍ରସାଦ ସାହୁ, ବିବେକାନନ୍ଦ ସ୍ୱାଇଁ, ସମ୍ଭୁ ପ୍ରସାଦ ସାହୁ, ପଦ୍ମିନ ପ୍ରଧାନ ଓ ଜାହାନରା ବେଗମ୍ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଓ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ତା. ୯.୧୨.୨୦୨୨ରିଖରେ ଅନୁଷ୍ଠିତ ହେବାକୁ ଥିବା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନିରେ ପୁରସ୍କୃତ କରାଯିବ ଏବଂ ଆସନ୍ତା ବାର୍ଷିକ ଉତ୍ସବ ରେ ମାନପତ୍ର ଅର୍ପଣ କରାଯିବ l ଏବଂ ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ଥିବା କୃତି ପ୍ରତିଯୋଗୀ ମାନେ ଆଦର୍ଶ ବିଦ୍ୟାଳୟ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।

0
0
0
s2sdefault