ହେଡଲାଇନସ୍:

ସିବିଏସ୍‍ଇ ଇଷ୍ଟ ଜୋନ୍‍ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତା-୨୦୨୨ରେ ଆଦିତ୍ୟ ବିର୍ଲା ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଞ୍ଚିଠାରେ ଗତ ମାସରେ ଅନୁଷ୍ଠିତ ସିବିଏସ୍‍ଇ ଇଷ୍ଟ ଜୋନ୍‍ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ଭୁବନେଶ୍ୱରର ଦୁଇ ଛାତ୍ରଛାତ୍ରୀ ବନ୍ଧୁକ ଚାଳନା ବିଭାଗରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିବା ସହିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା ଏକ ନୂଆ ଶିଖରରେ ପହଞ୍ଚିଛି ।
ଏହି କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତାର ୧୭ ବର୍ଷରୁ କମ୍‍ ବାଳକ ବିଭାଗ ରାଇଫଲ ଚାଳନା ଓ ୧୭ ବର୍ଷରୁ କମ୍‍ ବାଳିକା ପିସ୍ତଲ ବିଭାଗରେ ଯଥାକ୍ରମେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ୍‍ର ଦଶମ ଶ୍ରେଣୀ ଛାତ୍ର ଶ୍ରୀମାନ୍‍ ଅନ୍ୱେଷ ପଟନାୟକ ସ୍ୱର୍ଣ୍ଣ ଓ କୁମାରୀ ଶ୍ରେଷ୍ଠା ଶର୍ମା ରୌପ୍ୟ ପଦକ ବିଜେତା ହୋଇଛନ୍ତି । ଉଭୟ ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟୟନ ସହିତ ବନ୍ଧୁକ ଚାଳନା ବିଭାଗ ନିମନ୍ତେ ଅତ୍ୟନ୍ତ ଏକାଗ୍ରତାର ସହିତ ଦୃଷ୍ଟିନିବଦ୍ଧ କରୁଛନ୍ତି । ଏହି ଯୋଡି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ- ହାଇ ପରଫରମାନ୍ସ ସୁଟିଂ ରେଞ୍ଜ ସହିତ ସହବନ୍ଧିତ ଅଛନ୍ତି ।
ଡଃ. ଏସ ଗାଙ୍ଗୁଲି, ଗ୍ରୁପ୍‍ ଆଡଭାଇଜର ଏଜୁକେସନ, ଏବିସିଏମ୍‍ପିଏଲ, ବିଜେତା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଦୀୟମାନ ଯୁବ କ୍ରୀଡା ପ୍ରତିଭାଙ୍କୁ ସେମାନଙ୍କର ସମର୍ଥନ ନିମନ୍ତେ ସମୁଦାୟ ଏବିପିଏସ୍‍ ଭୁବନେଶ୍ୱର ପରିବାରକୁ ଧନ୍ୟବାଦ ଜଣାଇଥିଲେ । ପ୍ରିନ୍‍ସିପାଲ ଶ୍ରୀ ଏଲ ଏନ ଦାଶ ଯୁବପିଢିଙ୍କ ପ୍ରୟାସକୁ ତାରିଫ କରିବା ସହିତ ଏବିପିଏସ୍‍ ଭୁବନେଶ୍ୱରରେ ପାଠପଢା ସହିତ କ୍ରୀଡାକୁ ସମାନ ଗୁରୁତ୍ୱ ଦିଆଯାଉଥିବା ଉଲ୍ଲେଖ କରିଥିଲେ । ଫଳସ୍ୱରୂପ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଆୟୋଜିତ ପ୍ରତିଯୋଗିତାଗୁଡିକରେ ସେମାନଙ୍‍କର ପ୍ରତିଭା ପ୍ରଦର୍ଶନ କରିପାରିବେ ।
ବନ୍ଧୁକ ଚାଳନା ବିଭାଗରେ ଟାଇଟଲ ବିଜୟ ନିଃସନ୍ଦେହରେ ସ୍କୁଲ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଇତିହାସରେ ଏକ ସ୍ମରଣୀ ମାଇଲଖୁଣ୍ଟ ହୋଇଛି ।

0
0
0
s2sdefault