ହେଡଲାଇନସ୍:

ସୁବର୍ଣ୍ଣପୁର ଇତିହାସ ବିନା ଓଡ଼ିଶା ଇତିହାସ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର କଲେଜ ଇତିହାସ ବିଭାଗର ଆଲୋଚନାଚକ୍ର

ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରାଚୀନ ସୁବର୍ଣ୍ଣପୁର ଦକ୍ଷିଣ କୋଶଳ ସାମ୍ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବିଶେଷ ଭାବରେ ପରିଗଣିତ ହେଉଥିଲା । ଏଠାରେ ଭଞ୍ଜ, ସୋମବଂଶୀ, ଗଙ୍ଗ, ତେଲଗୁ ଚୋଡ, କଳାଚୁରୀ, ଚୌହାନ ପ୍ରଭୃତି ରାଜବଂଶ ଶାସନ କରୁଥିଲେ । ସୋମ ବଂଶୀ, ତେଲଗୁ ଚୋଡ଼ ଓ ଚୌହାନ ମାନଙ୍କ ସମୟରେ ସୁବର୍ଣ୍ଣପୁର ସହର ରାଜଧାନୀ ଥିଲା । ଏହା ଶୈବ ଧର୍ମ, ବୈଷ୍ଣବ ଧର୍ମ, ଶାକ୍ତ ଧର୍ମ ଓ ବୌଦ୍ଧ ଧର୍ମର ପ୍ରଧାନ କେନ୍ଦ୍ରସ୍ଥଳୀ ଥିଲା । ବଜ୍ରଜାନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଇନ୍ଦ୍ରଭୂତିଙ୍କ ଭଉଣୀ ତଥା ସହଜ ଯାନର ପ୍ରତିଷ୍ଠାତା ଲକ୍ଷ୍ମୀଙ୍କରା ସୋନପୁର ରାଜ୍ୟର ରାଣୀ ଥିଲେ । ସୁବର୍ଣ୍ଣପୁର ଇତିହାସ ବିନା ଓଡ଼ିଶା ଇତିହାସ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଅନୁଷ୍ଠିତ "ସୁବର୍ଣ୍ଣପୁର! ଇତିହାସର ସ୍ଵର୍ଣ୍ଣିମ ସ୍ୱାକ୍ଷର" ଶୀର୍ଷକ ଆଲୋଚନା ଚକ୍ରରେ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ବିଭାଗ ତରଫରୁ ହରିହର ଜୋର ନଦୀ ପଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ସତ୍ୟ ନାରାୟଣ ଦାଶ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଭାଗୀୟ ମୁଖ୍ୟ ଡ. ହିମାଂଶୁ ଶେଖର ପାଢ଼ୀ, ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିଭାଗର ମୂଖ୍ୟ ବିଜୟ କୁମାର ପ୍ରଧାନ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା ଯୋଗ ଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମହାଶ୍ୱେତା କ୍ଷେତି, ସୁଧୀର ହୋତା, ଦେବେନ୍ଦ୍ର ଭୋଇ, ପାୟଲ ବିଶ୍ବାଳ, ସୀମା ବାରିକ୍, ରାଜେଶ ସାହୁ, ଶୁଭଶ୍ରୀ ପ୍ରଧାନ, ସୀମା ମହାକୁର, ସ୍ମିତାରାଣୀ ମହାକୁର, ପୂଜାରାଣୀ ରାଉତ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସଭା ସଂଯୋଜନା, ଅତିଥି ପରିଚୟ, ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ଅଧ୍ୟାପିକା ବନ୍ଦିତା ବିଶ୍ବାଳ । ଏହି ଅବସରରେ ଇତିହାସ ବିଭାଗରେ ଯୋଗ ଦେଇଥିବା ବରିଷ୍ଠ ଅଧ୍ୟାପକ ଡ. ହିମାଂଶୁ ଶେଖର ପାଢ଼ୀଙ୍କୁ ସଭାପତି ଦାଶ ଉପଢୌକନ ଦେଇ ସମ୍ମାନିତ କରିବା ସହ ସ୍ବାଗତ କରାଯାଇଥିଲା। ଅନ୍ୟପକ୍ଷରେ+୩ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରାଯାଇଥିଲା। ଶେଷରେ ଶ୍ରୀଯୁକ୍ତ ଦାସ ଉପସ୍ଥିତ ସଭାରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସୁସ୍ବାଦୁ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା।

0
0
0
s2sdefault