ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର/ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ତେଲିପାଲି ରାମ ମନ୍ଦିର ପରିସର ରେ ହନୁମାନ୍ ମନ୍ଦିର ପ୍ରତିଷ୍ଠା ସହ ନୂତନ ବିଗ୍ରହ ସ୍ଥାପନ ଓ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ କାର୍ତ୍ତିକ ପାଢ଼ୀ ଓ ଆଲ୍ଲାଦିନୀ ପାଢ଼ୀ,ଆଶୁତୋଷ ପାଢ଼ୀ ଓ ଜ୍ୟୋତିର୍ମୟୀ ପାଢ଼ୀ କର୍ତ୍ତା କାର୍ଯ୍ୟ ତୁଲାଇଥିବାବେଳେ ମୁଖ୍ୟ ଆଚାର୍ଯ୍ୟ ବନମାଳୀ ଚାନ୍ଦ୍ ଙ୍କ ସହ କାହ୍ନା ବେଜ୍, ଆମ୍ବରୀଶ ଚାନ୍ଦ, ପବିତ୍ର ପାଢ଼ୀ ପୁରୋହିତ କାର୍ଯ୍ୟତୁଲାଇଥିଲେ l ବ୍ୟାସ ଦୈତାରୀ ବିଶି ସୁନ୍ଦରାକାଣ୍ଡ ପାରାୟଣ ପଠନ କରିଥିବାବେଳେ ଦେବଦତ୍ତ ବିଶି, ସୁଦାମ ଓ ସାଥି ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିଲେ l ବ୍ୟାସ ଯୁବା ବୟସ ରୁ ଅତିସୁନ୍ଦର ଭାବରେ ନିଜେ ହାର୍ମୋନିଅମ ବଜାଇ ହରିନାମ ପଠନ କରିବା, ଅତି ସୁନ୍ଦର ଭଜନ ପରିବେଷଣ କରିବା ଅଂଚଳରେ ଶୁଭେଚ୍ଛା ର ସୁଅ ଛୁଟୁଛି lଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ଅଭୟ ଶଙ୍କର ମିଶ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ଶେଷରେ ଶ୍ରଦ୍ଧାଳୁମାନେ ବିଭୁକୃପା ଲାଭକରି ପ୍ରସାଦ ସେବନ କରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଥିଲେ l

0
0
0
s2sdefault