ହେଡଲାଇନସ୍:

ହକି ବିଶ୍ୱକପ ପାଇଁ ଜିଲ୍ଲାରେ ଆରମ୍ଭ ହିଲା କ୍ରୀଡା ଉତ୍ସବ।। ଦିଲ୍ଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରା ରୁ ଶୁଭାରମ୍ଭ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା) : ୨୦୨୩ ଜାନୁଆରି ୧୩ରୁ ୨୯ ରାଉରକେଲା ଓ ଭୁବନେଶ୍ବର ଠାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌। ଏଥିପାଇଁ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଗାଁ ଠାରୁ ସହର ଯାଏ ଲାଗି ରହିଛି ଉତ୍କଣ୍ଠା। ହକି ବିଶ୍ବକପକୁ ଅଧିକ ସ୍ମରଣୀୟ ଓ ଉତ୍ସବ ମୁଖର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତର‌ରେ ଆୟୋଜିତ ହେବ କ୍ରୀଡ଼ା ଉତ୍ସବ। ଏହି ପରିପ୍ରେକ୍ଷିରେ ଆଜି ହକିର ଜୀବନ୍ତ କିମ୍ବଦନ୍ତୀ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରାକୁ ସମ୍ମାନ ଜଣାଇ ସେଠାରେ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତଥିଭାବେ ସାଂସଦ ଜୁଏଲ ଓରାମ ,ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଡ. ତିର୍କୀ, ଭାରତୀୟ ମହିଳା ହକି ଅଧିନାୟକ ସୁଭଦ୍ରା ପ୍ରଧାନ, ହକି ସମେତ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଜିଲ୍ଲା ପରିଷଦ ସଭାପତି , ଜିଲ୍ଲା ପରିଷଦ ଉପସଭାପତି, ବାଲିଶଙ୍କରା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ, ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା, ସଉନାମୁରା ସରପଞ୍ଚ ଓ ସମିତିସଭ୍ୟ, ଜିଲ୍ଲାପାଳ,ଏସପି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ଉତ୍ସବରେ ହକି, ଫୁଟବଲ, ଭଲିବଲ୍‌, କବାଡ଼ି, ଖୋଖୋ ଆଦି ବିଭିନ୍ନ ଖେଳ ଆୟୋଜିତ ହେବ। ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଅଞ୍ଚଳର ଯୁବବର୍ଗ ସାମିଲ ହେବେ। ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ହକି ବିଶ୍ବକପର ବାର୍ତ୍ତା ପହଞ୍ଚାଇବାକୁ ଏପରି ଉତ୍ସବର ଆୟୋଜନ ପ୍ରଶାସନ ପକ୍ଷରୁ କରାଯାଇଛି।

0
0
0
s2sdefault