ହେଡଲାଇନସ୍:

ଜଗତସିଂହପୁରଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ଲାଇନ ପ୍ୟାରେଡ ଗ୍ରାଉଣ୍ଡ, ପୁନଙ୍ଗଠାରେ ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂହ କହିଲେ ହୋମଗାର୍ଡ ଏକ ସ୍ବେଛାସେବୀ ସେବା ସଂସ୍ଥା l ଯାହାର ପ୍ରତିଷ୍ଠା ୬, ଡିସେମ୍ବର ୧୯୪୬ ମସିହାରେ ମହାରାଷ୍ଟ୍ର ରାଜ୍ୟରେ ସାଂପ୍ରଦାୟକ ନିୟନ୍ତ୍ରଣ କରିବାପାଇଁ ପ୍ରଥମ ଥର ପ୍ରତିଷ୍ଠା ହୋଇଥିଲା l ୧୯୬୨ ମସିହା ଯେତେବେଳେ ଚୀନ ଆମଦେଶକୁ ଆକ୍ରମଣ କରିଥିଲା ତାପରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ନିଷ୍ପତି ଅନୁଯାୟୀ ସବୁ ରାଜ୍ୟ ସରକାରମାନେ ସ୍ବେଛାକୃତ ସେବା ସଂସ୍ଥା ଗଠନ କରିବାପାଇଁ ନିର୍ଦେଶ ଦିଆଯାଇଥିଲା l ସେହି ନିଷ୍ପତି ଅନୁଯାୟୀ ସମସ୍ତ ରାଜ୍ୟ ସରକାରମାନେ ସ୍ବେଛାକୃତ ସେବା ସଂସ୍ଥା ଗଠନ କରିଥିଲେ l ହୋମଗାର୍ଡମାନେ ଜିଲ୍ଲାରେ ବହୁତ ଭଲ କାମ କରୁଛନ୍ତି l ପୋଲିସକୁ ବିଭିନ୍ନ କାର୍ଯ୍ୟ ପାଟ୍ରୋଲ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଛନ୍ତି l ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସମୟାନୁବର୍ତ୍ତିତା ପାଇଁ ୧୫ ଜଣ ହୋମଗାର୍ଡଙ୍କୁ ପ୍ରତ୍ୟେକ ୫୦୦ ଟଙ୍କା ଓ ମାନପତ୍ର ଆରକ୍ଷୀ ଅଧିକ୍ଷକ ପ୍ରଦାନ କରିଥିଲେ l ବିଶ୍ୱଜିତ ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ୱାଳ, ଦିଲ୍ଲୀପ କୁମାର ମଲ୍ଲିକ, ସୁରେଶ କୁମାର ମହାନ୍ତି, ସତ୍ୟନାରାୟଣ ନେହୁରା, ଶିବପ୍ରସାଦ ବିଶ୍ୱାଳ ଆଦି ଯୋଗଦାନ କରିଥିଲେ l

0
0
0
s2sdefault