ହେଡଲାଇନସ୍:

ଡ଼ିସେମ୍ବର 11 ରେ "ବିଜେବି ଫ୍ରେଣ୍ଡସ"ର ବନ୍ଧୁ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡ୍ ସ " ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର 11 ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ମଙ୍ଗଳବାର ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି |
ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ବନ୍ଧୁ ମିଳନ ହୋଇ ପାରିନଥିବାରୁ ଚଳିତ ବର୍ଷ ର କାର୍ଯ୍ୟକ୍ରମ ନିମନ୍ତେ ପୁରାତନ ଛାତ୍ର ସଂଘ ବେଶ ଉତ୍ସାହିତ ଅଛନ୍ତି | ଏହି ବନ୍ଧୁ ମିଳନ ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି |
ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ | ଗତ ନଭେମ୍ବର 27 ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା | ଏତଦବ୍ୟତୀତ ବିଜ୍ଞାନ ଓ ପ୍ରଯୁକ୍ତି ପାଇଁ ପଦ୍ମଶ୍ରୀ ପୁରସ୍କାର ବିଜେତା ବିଜେବି କଲେଜ ୧୯୭୧ ବ୍ଯାଚ ର ଛାତ୍ର ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ଦାଶଙ୍କୁ ମଧ୍ୟ ଉକ୍ତ ସଭାରେ ସମ୍ବର୍ଦ୍ଧିତ କରାଯିବ।
ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି |
ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ ଓ ବିଜେବି କଲେଜର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |

0
0
0
s2sdefault