ହେଡଲାଇନସ୍:

ଇସ୍ପାତ ସହରର ଗୋଟିଏ ପାଖ ଚମକୁଥିବା ବେଳେ ଅନ୍ୟ ପାଖଟି ଫିକା ପଡିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନର ଆଡ ନଜରରେ ଦକ୍ଷିଣ ରାଉରକେଲା ଓ ଏହାର ସନ୍ତାପିତ ଅଧିବାସୀ

ରାଉରକେଲା(ବସନ୍ତ କୁମାର ଜେନା ): ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପକୁ ନେଇ ରାଉରକେଲା ଇସ୍ପାତ ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ଆନୁସଙ୍ଗିକ ବ୍ୟବସ୍ଥା ଯଥା - ରାସ୍ତାଘାଟ,ଫୁଟପାଥ, ପାର୍କ, ଫୁଡ କୋର୍ଟ ସହିତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵକୁ ଆଲୋକୀକରଣ, ମୁଖ୍ୟ ରାସ୍ତା ତଥା ଏଥି ସଂଲଗ୍ନ କାନ୍ଥବାଡରେ ଓଡ଼ିଶାର ମହାନ ପରମ୍ପରା ଓ ସଂସ୍କୃତି ଆଧାରିତ ଛବି ଆଙ୍କିବା ସହ ସହର ଅଭ୍ୟନ୍ତର ବିଭିନ୍ନ ଛକର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।ସହରର ଗୋଟିଏ ପାର୍ଶ୍ୱ ଉଜ୍ବଳ ଆଲୋକରେ ଆଲୋକିତ ହେଉଥିବା ବେଳେ ଅନ୍ୟ ପାର୍ଶ୍ଵରେ ଥିବା ଦକ୍ଷିଣ ରାଉରକେଲା ସଂପୂର୍ଣ୍ଣ ଭାବେ ଅବହେଳିତ ହେଉଛି l ନା ମହାନଗର ନିଗମରେ ନା ପଞ୍ଚାୟତରେ ଯାଉନଥିବା ଏହି ଅଞ୍ଚଳକୁ ରାଉରକେଲା ଇସ୍ପାତ କାରଖାନା କର୍ତୃପକ୍ଷ ମଧ୍ୟ ସଂପୂର୍ଣ୍ଣ ଅଣଦେଖା କରି ଚାଲିଛନ୍ତି । ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ଏହି ଅଞ୍ଚଳରେ ହକି ବିଶ୍ବକପର ଅବ୍ୟବହିତ ପୂର୍ବରୁ ଏଠାରେ ତତସମ୍ପର୍କିତ କିଛି ଝଲକ ପ୍ରସ୍ପୁଟିତ କରିବା ପାଇଁ ମହାନଗର ନିଗମ କମିଶନରଙ୍କ ପାଖରେ ନିମ୍ନୋକ୍ତ ବ୍ୟକ୍ତି ବିଶେଷ ଗୁହାରି କରିଛନ୍ତି।
 ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଦକ୍ଷିଣ ରାଉରକେଲାର ବରିଷ୍ଠ ବ୍ୟକ୍ତି ବିଶେଷ ମିଶି ଏ ଅଞ୍ଚଳର ସୈାନ୍ଦର୍ଯିକରଣ କାର୍ଯ୍ୟ ପାଇଁ ନିବେଦନ କରିବା ସହ ସ୍ମାର୍ଟ ସିଟିର ମୋ' ବସ୍ ପ୍ରଚଳନରେ ଏ ଅଞ୍ଚଳକୁ ୩ଟି ବସ୍ ପ୍ରଦାନ କରିବା, ରାସ୍ତା ମରାମତି କରିବା ଆଦି ଦାବି ଉତ୍ଥାପନ କରିଥିଲେ। ଆରଏମସି କମିଶନର ଡ଼ାଃ ଶୁଭଙ୍କର ମହାପାତ୍ର ସମସ୍ତ ବିଷୟ ଧୈର୍ଯ୍ୟର ସହ ଶୁଣି ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସର ଇଣ୍ଟରିମ ସଭାପତି ଦେବବ୍ରତ ବିହାରୀ, ପୂର୍ବତନ ସଭାପତି ସୁଧାକର ମଲ୍ଲିକ,ସୁବାଷ ପାତ୍ର, ପ୍ରଫୁଲ୍ଲ ପରିଜା, ବନମାଳୀ ସାହୁ, ସୈାଭାଗ୍ୟ ସ୍ବାଇଁ,ତନ୍ମୟ ସେଠୀ, ନିଲୁ ସେଠୀ, କୈଳାସ ସାହୁ,ବିଶ୍ବ ରଞ୍ଜନ ରାଉତ, ଉମେଶ ଶରଣ, ରବିନ୍ଦ୍ର ନାଥ ବିଶ୍ବାଳ, ରଶ୍ମି ପାଢ଼ୀ ସମେତ ଦକ୍ଷିଣ ରାଉରକେଲାର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

0
0
0
s2sdefault