ହେଡଲାଇନସ୍:

ଡ଼ଃ.ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ଦଳିତ ବିକାଶ ପକ୍ଷରୁ ୬୬ତମ ବି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକ ପାଳିତ l ଭାରତ ସମ୍ବିଧାନ ପ୍ରଣୟତା ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଦକରଙ୍କ ୬୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦଳିତ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ବହୁ ଦଳିତ ଭାଇଭଉଣୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତରତ୍ନ ବାବା ସାହେବ ଡ଼ଃ.ବି.ଆର.ଆମ୍ବେଦକର ମାଲ୍ୟାର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାଶ,ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ଲେଙ୍କା, ଦଳିତ ବିକାଶ ପରିଷଦର ସମ୍ପାଦକ ଅକ୍ଷୟ ମଲ୍ଲିକ ଯୋଗ ଦେଇ ବାବା ସାହେବ ୬ ଟି ଭାଷାରେ ବିପତ୍ତି କରିଥିବାରୁ ସେ ୧ ଧାରାରେ ଜଣେ ଆନ୍ତର୍ଜାତିକ ବିଦ୍ୱାନ ତଥ୍ୟ ଆଇନଜ୍ଞ, ଅର୍ଥନୀତିଜ୍ଞ, ରାଜନୀତିଜ୍ଞ, ଅର୍ଥନୀତିଜ୍ଞ ସମ୍ବିଧାନରେ ମହାନ ସମ୍ବିଧାନବିତ ଏବଂ ସଂସାରକ ଥିଲେ l ତାଙ୍କୁ ଆଧୁନିକ ଯୁଗର ମନୁ ବୋଲି କୁହାଯାଏ l ଅନ୍ୟମାନଙ୍କ ମଧ୍ୟରେ ସୁଭାଷ ଭୋଇ, ପୁର୍ଣଚନ୍ଦ୍ର ଦାସ ଯୋଗଦେଇ ମାଲ୍ୟାର୍ପଣ କରିବା ସହିତ ସମ୍ବିଧାନ ପ୍ରଣେତାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ l

0
0
0
s2sdefault