ହେଡଲାଇନସ୍:

ଦିବ୍ୟାଙ୍ଗ ସୁରତଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ । ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର । ସୁରତଙ୍କୁ ଯୋଗାଇ ଦେଇଛି କୃତ୍ରିମ ହାତ ।
ନାଁ, ତାଙ୍କର ସୁରତ ବେହେରା, ବୟସ ୨୬, ଘର, ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳରେ । ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ମାତ୍ର, ୮ ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡ଼ିଯାଇଥିଲେ, ଯଦ୍ଦ୍ଵାରା ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା । ୨୦୦୬ ମସିହାରେ ହାତଟି ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତ କଟା ହୋଇଯାଇଥିଲା, କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ କେବେ ଅଟକାଇପାରିନି । ଦୃଢ ମନୋବଳ ଫଳରେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ରୋଜଗାରକ୍ଷମ ହୋଇ ନିଜ ପରିବାର ମଧ୍ୟ ପୋଷୁଛନ୍ତି ।
ତାଙ୍କର ଏ ସଂଘର୍ଷମୟ କାହାଣୀ ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ଆବାହକଙ୍କ ସହ ଆଲୋଚନା କରିଥିଲେ । ଏହାପରେ, ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରତଙ୍କୁ ଆଜି କୃତ୍ରିମ ହାତ ଯୋଗାଇ ଦିଆଯାଇଛି ।
ହାତ ଲାଗିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ହାତ ଲାଗିବା ପରେ ସୁରତଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault