ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କେରଳ ଟୁରିଜିମ୍‌ର ବଡ଼ ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେରଳ ଟୁରିଜିମ୍ ପକ୍ଷରୁ ଶୀତ ଋତୁ ପାଇଁ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପିଏ ମହମ୍ମଦ ରିୟାସ୍ କହିଛନ୍ତି, ନିକଟରେ ଶେଷ ହୋଇଥିବା ପାର୍ବଣ ଋତୁ କେରଳ ଟୁରିଜିମ୍ ପାଇଁ ସକାରାତ୍ମକ ରହିଛି କାରଣ ବହୁସଂଖ୍ୟକ ଘରୋଇ ପର୍ଯ୍ୟଟକ ରାଜ୍ୟକୁ ଭ୍ରମଣ ପାଇଁ ଆସିଥିଲେ ଏବଂ ଏହା କୋଭିଡ୍‌-ପରବର୍ତୀ ପର୍ଯ୍ୟାୟରେ ଏହାର ପର୍ଯ୍ୟଟନ ଆକର୍ଷଣକୁ ନିଶ୍ଚିତ କରିଛି ।’ ଆମେ କେରଳରେ ଶୀତକାଳନି ଛୁଟି ସମୟକୁ ଏକ ବୃହତ୍ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ଅପେକ୍ଷା କରିଛୁ ଯାହାକି ୨୦୨୨ରେ ଆବିଷ୍କାର କରିବା ପାଇଁ ଟାଇମ୍ ମାଗାଜିନ୍‌ର ବିଶ୍ୱର ୫୦ଟି ସବୁଠାରୁ ଅସାଧାରଣ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହୋଇଛି । ରାଜ୍ୟର ସ୍ୱତନ୍ତ୍ରତା ଏହାର ଏକାଧିକ ଅନୁଭୂତିଗୁଡିକରେ ଅନ୍ତର୍ନିହିତ ରହିଛି ଯେପରିକି ହାଉସ୍‌ବୋଟ୍‌, କାରାଭାନ ରହଣୀ, ଜଙ୍ଗଲ୍ ଲଜ୍‌, ପ୍ଲାଂଟେଶନ ଭିଜିଟ୍‌, ହୋମ୍‌ଷ୍ଟେ, ଆୟୁର୍ବେଦ-ଆଧାରିତ ୱେଲ୍‌ନେସ୍ ସଲ୍ୟୁଶନ ଏବଂ ଆଡ୍‌ଭେଂଚର୍ ଆକ୍ଟିଭିଟି ବ୍ୟତୀତ ବର୍ଦାନ୍ତ ପାହାଡକୁ ଟ୍ରେକିଙ୍ଗ୍ ସମେତ କଂଟ୍ରିୱାଇଡ୍ ୱକ୍ ଇତ୍ୟାଦି । ସେହିପରି ନିକଟରେ ଶେଷ ହୋଇଥିବା ଚାମ୍ପିଅନ୍‌ସ ବୋଟ୍ ଲିଗ୍ (ସିବିଏଲ୍‌) ଦେଶବ୍ୟାପୀ ହଜାର ହଜାର ପର୍ଯ୍ୟଟକ, ଟ୍ରାଭେଲ ବ୍ଲଗର୍ ଓ ଟ୍ରାଭେଲ ଫଟୋଗ୍ରାଫର୍‌ଙ୍କୁ ଆକର୍ଷିତ କରିଥିଲା । ଡିସେମ୍ବର ୨୦୨୨-ଏପ୍ରିଲ ୨୦୨୩ ମଧ୍ୟରେ ଆୟୋଜିତ ହେବାକୁ ଥିବା ବିଶ୍ୱବ୍ୟାପୀ ପ୍ରଶଂସିତ କୋଚି-ମୁଜିରିସ୍ ବିଏନାଲେ (କେଏମ୍‌ବି) ମଧ୍ୟ ଉଭୟ ଭାରତ ଓ ବିଦେଶରୁ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆମର ବିଶା୍ୱସ ରହିଛି ।’
ରାଜ୍ୟର ପର୍ଯ୍ୟଟନ ବିଭାଗର ମୁଖ୍ୟ ସଚିବ କେ ଏସ୍ ଶ୍ରୀନିବାସ କହିଛନ୍ତି, ରାଜ୍ୟର ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ମହାମାରୀ ପରବର୍ତୀ ଦୃଢତା ଫେରିପାଇଛି । ଏହା ଏଥିରୁ ସ୍ପଷ୍ଟ ହୋଇଛି ଯେ, କେରଳ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୩ଟି ତ୍ରୈମାସରେ ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ୧୯୬%ର ବୃଦ୍ଧି ରେକର୍ଡ କରିଛି ।’ କେରଳ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯ ମାସ ମଧ୍ୟରେ ମୋଟ ୧,୩୩,୮୦,୦୦୦ ଘରୋଇ ପର୍ଯ୍ୟଟକଙ୍କ ଆଗମନକୁ ରେକର୍ଡ କରିଛି, ଯାହା ପ୍ରି-କୋଭିଡ୍ ୨୦୧୯ର ସମାନ ଅବଧି ତୁଳନାରେ ୧.୪୯% ବୃଦ୍ଧି ପଞ୍ଜୀକରଣ କରିଛି । ଶ୍ରୀନିବାସ ରାଜ୍ୟର ଗେମ୍‌-ଚେଞ୍ଜିଙ୍ଗ୍ କାରାଭାନ୍ ଟୁରିଜିମ୍ ଅଭିଯାନ ‘କେରାଭାନ୍ କେରଳ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ଖୁବ୍ କମ୍ ସମୟ ମଧ୍ୟରେ ଶିଳ୍ପରୁ ଏକ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିପାରିଛି । ଶ୍ରୀନିବାସ କହିଛନ୍ତି, ପର୍ଯ୍ୟଟକମାନଙ୍କୁ ରାଜ୍ୟର ଅଣଆବିଷ୍କୃତ ସ୍ଥାନଗୁଡିକୁ ପରିଦର୍ଶନ କରିବା ପାଇଁ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସଗୁଡିକ ପ୍ରସ୍ତୁତ ରହିଛି ।’

ରାଜ୍ୟର ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ପି ବି ନୁହ୍ କହିଛନ୍ତି, ‘ଆମେ ପର୍ଯ୍ୟଟକଙ୍କ ସାମଗ୍ରିକ ଅନୁଭୂତିକୁ ଉନ୍ନତ କରିବା ପାଇଁ କେରଳର ନୂଆ ପ୍ରକଳ୍ପଗୁଡିକ ସମେତ ଏହାର ମୂଳ ସମ୍ପତି ଯେପରିକି ବେଳାଭୂମି, ହିଲ୍ ଷ୍ଟେଶନ, ହାଉସ୍‌ବୋଟ୍ ଓ ବ୍ୟାକ୍‌ୱାଟର ସେଗ୍‌ମେଂଟ୍‌କୁ ପ୍ରଦର୍ଶିତ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ । ଘରୋଇ ପର୍ଯ୍ୟଟକଙ୍କ ଆଗମନରେ ନିରନ୍ତର ବୃଦ୍ଧି ‘କାରାଭାନ କେରଳା’ ଭଳି ଆମର ନୂତନ ଉତ୍ପାଦଗୁଡିକର ପ୍ରଦର୍ଶନ ଦ୍ୱାରା ସମ୍ଭବ ହୋଇପାରିଛି । ବିଭିନ୍ନ ମିଡିଆ ଯେପରିକି ପ୍ରିଂଟ୍‌, ଟିଭି, ରେଡିଓ ଓ ଡିଜିଟାଲ ପ୍ଲାଟ୍‌ଫର୍ମଗୁଡିକର ମଧ୍ୟ ଏହି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଛି । ଆମେ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ପାଇଁ କେରଳକୁ ଏକ ନିଶ୍ଚିତ ସୁରକ୍ଷିତ, ଆକର୍ଷିତ ଓ ଆତିଥ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରଦର୍ଶିତ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ ।’
ଚଳିତ ନଭେମ୍ବର ମାସରେ ମୁମ୍ବାଇ, ପୁନେ, ନାଗପୁର ଓ ଇନ୍ଦୋରରେ ଆୟୋଜିତ ବି୨ବି ବୈଠକର ପ୍ରଥମ ଶୃଙ୍ଖଳାକୁ ଶିଳ୍ପରୁ ଏକ ଅତ୍ୟଧିକ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା । କେରଳ ଟୁରିଜିମ୍ ନୂଆ ଉତ୍ପାଦଗୁଡିକୁ ଏକ ବିସ୍ତୃତ ଦର୍ଶକଙ୍କ ନିକଟରେ ପହଂଚାଇବା ପାଇଁ ବାଣିଜ୍ୟ ମେଳାଗୁଡିକରେ ଅଂଶଗ୍ରହଣ ଓ ବି୨ବି ରୋଡ୍‌ଶୋ’ର ଆୟୋଜନ ସମେତ ଏକାଧିକ ଟ୍ରାଭେଲ ଟ୍ରେଡ୍ ନେଟ୍‌ୱର୍କିଙ୍ଗ୍ କାର୍ଯ୍ୟକଳାପର ଯୋଜନା ରଖିଛି । ଘରୋଇ ମାର୍କେଟିଙ୍ଗ୍ କାର୍ଯ୍ୟର ଅଂଶ ଭାବେ କେରଳ ଟୁରିଜିମ୍ କୋଲ୍‌କାତା, ବଡୋଦରା ଓ ସୁରଟରେ ଡିସେମ୍ବର ୨୦୨୨ରେ ରୋଡ୍‌ଶୋ’ର ଆୟୋଜନ କରିବ ଏବଂ ଓଟିଏମ୍ (ଆଉଟ୍‌ବାଉଣ୍ଡ ଟ୍ରାଭେଲ ମାର୍କେଟ୍‌) ମୁମ୍ବାଇ; ସାଉଥ୍ ଏସିଆନ୍ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଏକ୍ସଚେଞ୍ଜ (ଏସ୍‌ଏଟିଟିଇ) ନୂଆଦିଲ୍ଲୀ ଓ ଟିଟିଏଫ୍ ଚେନ୍ନାଇ ଆଦି ବାଣିଜ୍ୟ ମେଳାଗୁଡିକରେ ଯୋଗ ଦେବ ।

0
0
0
s2sdefault