ହେଡଲାଇନସ୍:

କାଲି ବିଜେପି ପ୍ରଚାରର ମୁଣ୍ଡି ମାରିବେ ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ
• ପଦ୍ମପୁରରେ ରୋଡ ସୋ’ ରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବେ
• ପୂର୍ବରୁ ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁରରେ ଲଗାତାର ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର – ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆସନ୍ତାକାଲି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଶ୍ରୀ ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ । ଏହାପରେ ପଦ୍ମପୁରରେ ରୋଡ ସୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରଚାର କରି ସାରିଛନ୍ତି ।

0
0
0
s2sdefault