ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ନିଶ୍ଚିତ ଭାବରେ କରନ୍ତି : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସହାୟତା ପ୍ରଦାନ କରିବାରେ ଆମ ମୁଖ୍ୟମନ୍ତ୍ରୀ ଦେଶରେ ଏକ ନମ୍ବର

ବିଜେପି କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭଣ୍ଡାଉଛି :- ଅତନୁ 

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ତଥା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନ ରେ ପହଂଛି ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଝାରବନ୍ଧ , ପାଇକମାଲ ଓ ପରେ ପଦ୍ମପୁର ରେ ତିନିଗୋଟି ବିରାଟ ବିରାଟ ଜନସଭା କୁ ସମ୍ବୋଧନ କରିଥିଲେ । ପାଇକମାଲ ଏମ ଇ ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଙ୍କର ହେଲିକପ୍ଟର ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ କାର ଯୋଗେ ସଭା ସ୍ଥଳକୁ ପହଂଛି ଥିଲେ । ପ୍ରଥମେ ଏହି ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ,କିନ୍ତୁ ଯାହା କୁହନ୍ତି ତାହା ନିଶ୍ଚିତ ଭାବର୍ବ କରନ୍ତି । ରାଜ୍ୟ ବାସୀଙ୍କୁ ସହାୟତା ପ୍ରଦାନ କରିବାରେ ମୁଖ୍ୟମନ୍ତ୍ରୀ ଆଜି ଦେଶରେ ଏକ ନମ୍ବର । ବିଜୁ ଜନତା ଦଳ କେବେବି ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବାର ପ୍ରସାୟ କରେନାହି ଏକଥା ରାଜ୍ୟ ବାସୀ ଭଲ ଭାବରେ ଜାଣନ୍ତି । ଲୋକଙ୍କ ସେବା କରିବା ପାଇଁ ଓ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଶ ତଥା ବିଦେଶ ରେ ଉଚ୍ଚ ପ୍ରଶଂସିତ । ଉପନିର୍ବାଚନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦ୍ମପୁର ଅଂଚଳର ବିକାଶ ପାଇଁ ଘୋଷଣା କରିଥିବା ସମସ୍ତ ପ୍ରକଳ୍ପ ଗୁଡିକ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ହେବା ସହିତ ପଦ୍ମପୁର ଅଞ୍ଚଳର ଅନେକ ସମସ୍ୟା ର ସମାଧାନ ହୋଇ ପାରିବ । ଉପସ୍ଥିତ ମହିଳା ମାନଙ୍କ ସଂଖ୍ୟା ଦେଖି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ , ସଭାରେ ଉପସ୍ଥିତ ମାଆ ମାନଙ୍କ ଭିଡ଼ ପ୍ରଣାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ କେତେ ଲୋକପ୍ରିୟ । ମାଁ ମାନଙ୍କୁ ସ୍ୱାବଲମ୍ବୀ କରି ସମାଜ ରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରୟାସ କୁ ସାରା ଦେଶ ପ୍ରଶଂସା କରୁଛି । ପଦ୍ମପୁର ଉପନିର୍ବାଚନ ମଣ୍ଡଳୀ ରୁ ଜଣେ ଉଚ୍ଚ ଶିକ୍ଷିତା ମହିଳା ଙ୍କୁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ମାଆ କୁ ସମ୍ମାନ କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି । ଏହି ପଦ୍ମପୁର ମାଟିରେ ଜନ୍ମିତ , ଏହି ମାଟିର ପାଣି ପବନରେ ମଣିଷ ହୋଇ , ନିଜର ପିତାଙ୍କର ଅକାଳ ବିୟୋଗ ପରେ ଅଞ୍ଚଳ ବାସୀଙ୍କର ସେବା କରିବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରାର୍ଥୀ , ବିଜୁ ଜନତା ଦଳର ପ୍ରାର୍ଥୀ ,ବର୍ଷା ରାଣୀ ସିଂ ବରିହା ଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବର୍ଷା କରେଇ ବିଜୟୀ କରେଇବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନିବେଦନ କରିଥିଲେ ।

0
0
0
s2sdefault