-
ଜୟ ନୃସିଂହନାଥ ଙ୍କର କହି ଆରମ୍ଭ କଲେ ଅଭିଭାଷଣ
-
ପାଇକମାଲ ରେ ଏନ ଏ ସି ଓ ସି ଏଚ ସି ର ଆବଶ୍ୟକତା ରହିଛି
-
ବର୍ଷା ଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ କଲେ ନିବେଦନ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ପାଇଁ ଆସନ୍ତା କାଲି ସରିବ ପ୍ରଚାର । ହାତରେ ଆଉ ମାତ୍ର ଗୋଟିଏ ଦିନ । ଆଜି ବିଜୁ ଜନତା ଦଳର ମୁଖିଆ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜର ଦଳୀୟ ପ୍ରାର୍ଥୀ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପାଇଁ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି । ଭୁବନେଶ୍ବର ରୁ ପଦ୍ମପୁର ଆସି ପଦ୍ମପୁର ରୁ ହେଲିକପ୍ଟର ଯୋଗେ ପ୍ରଥମେ ଝାରବନ୍ଧ ଓ ପରେ ପାଇକମାଲ କୁ ପହଂଛିଥିଲେ । ବିଜୁ ଜନତା ଦଳର ଗଡ଼ କୁହାଯାଉଥିବା ପଦ୍ମପୁର ଅଂଚଳରେ ମୁଖ୍ୟତଃ ପାଇକମାଲ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ଓ ତାଙ୍କର ମୁହଁରୁ ପଡେ ଶୁଣିବା ପାଇଁ ପାଇକମାଲ ଆଜି ଲୋକାରଣ୍ୟ ହୋଇ ପଡ଼ିଥିଲା । ମୁଖ୍ୟ ସମାବେଶ ସ୍ଥଳ ରେ ପ୍ରାୟ କୋଡିଏ ହଜାର ରୁ ଉର୍ଦ୍ବ ଲୋକ ଥିବା ବେଳେ ସମାବେଶ ସ୍ଥଳର ବାହାରେ ଓ ହେଲିକପ୍ଟର ପଡିଆ ରେ ମଧ୍ୟ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ରୁ ଓଲ୍ହାଇ ମୁଖ୍ୟ ସମାବେଶ ସ୍ଥଳକୁ ପହଞ୍ଚିବା ପରେ ସମାବେଶ ରେ ଉପସ୍ଥିତ ଜନସାଧାରଣ ଙ୍କୁ ହାତ ହଲେଇ ଅଭିବାଦନ ଜଣାଇଥିଲେ । ଏହା ପରେ କୁନା ତ୍ରିପାଠୀ ସଭକାର୍ୟ୍ଯ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କର ସହିତ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ସରକାର ଙ୍କର ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ମାନ୍ୟବର ସାଂସଦ ଶ୍ରୀ ନିରଞ୍ଜନ ବିଶି , ଓ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥାଇ ଜନସାଧାରଣ ଙ୍କୁ ସମ୍ବୋଧିତ କରିଥିଲେ । ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଇକମାଲ ର ପି ଏଚ ସି ଓ ଏନ ଏ ସି ଦାବି ଯଥାର୍ଥ , ଏହା ଶୁଣି ଲୋକଙ୍କ ମନରେ ପାଇକମାଲ କୁ ଏନ ଏ ସି ଓ ପାଇକମାଲ ରେ ଏକ ଅତ୍ୟାଧୁନିକ ସି ଏଚ ସି ଶୀଘ୍ର ହେବ ବୋଲି କହିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ମୁଁ କଥା କମ କୁହେ ଓ କାମ ବେସି କରେ | ବିରୋଧୀ ମାନେ ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସୀ ଙ୍କୁ ମିଛ ପ୍ରତିଶୃତି ଦେଉଛନ୍ତି ବୋଲି କରୁଥିବା ପ୍ରଚାର ର କଡା ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆସନ୍ତା 24 ନିର୍ବାଚନ ରେ ମୁଁ ପଦ୍ମପୁର କୁ ଚିଠା ଧରି ଆସିବି ଓ ବିରୋଧୀ ଦେଖିବେ ଯେ କଣ କାମ ହୋଇଛି । ଏହା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଦଳୀୟ ଉଚ୍ଚ ଶିକ୍ଷିତ ମହିଳା ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ ।