ହେଡଲାଇନସ୍:

୧ ଡିସେମ୍ବର ୨୦୨୨ ରୁ ଇମ୍ଫାଲ ମଣିପୁର ରେ ୨୮ତମ ନ୍ୟାସନାଲ ଜୁନିୟର ଥାଙ୍ଗ-ଟା ଚାମ୍ପିଅନସିପି ୨୦୨୨ - ଓଡିଶା ରୁ ୧୪

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମଣିପୁରୀ ପ୍ରାଚୀନ ଓ ଐତିହାସିକ ସାମରିକ ତଥା ନୃତ୍ୟକଳା ଥାଙ୍ଗ-ଟା; ଯାହାକି ବର୍ତମାନ ସମୟରେ ନ୍ୟାସନାଲ ସ୍କୁଲ ଗେମ୍ସ , ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ରେ ସ୍ଥାନ ପାଇସାରିଛି; ଉକ୍ତ ଖେଳ ର ପ୍ରଚାର ଓ ପ୍ରସାର କରୁଥିବା ଜାତୀୟ ସ୍ତରୀୟ ମହାସଂଘ - ଥାଙ୍ଗ-ଟା ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମଣିପୁର, ଇମ୍ଫାଲ ସ୍ଥିତ ଖୁମନ ଲମ୍ପକ ଇଣ୍ଡୋର ଷ୍ଟାଡିଅମ ଠାରେ ଆସନ୍ତା ୧ ରୁ ୩ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ୨୮ତମ ନ୍ୟାସନାଲ ଜୁନିୟର ଥାଙ୍ଗ-ଟା ଚାମ୍ପିଅନସିପି ୨୦୨୨ |

ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା "ଓଡିଶା ଥାଙ୍ଗ-ଟା ଆସୋସିଏସନ" ପକ୍ଷରୁ ଅଫିସିଆଲ କୋଚ ମନୋଜ କୁମାର କୁସ୍ୱାହା, ପୁରୁଷ ଟିମ ମ୍ୟାନେଜର ବ୍ରିଟିଶ ବିଶ୍ୱାସ, ମହିଳା ଟିମ ମ୍ୟାନେଜର ସଙ୍ଗୀତା ସାହୁ ଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଦଳ (୧୧ ଥାଙ୍ଗ-ଟା ଖେଳାଳି ଓ 3 ଅଫିସିଆଲ) ଭାଗନେବା ପାଇଁ ଇମ୍ଫାଲ ଅଭିମୁଖେ ଆଜି ଯାତ୍ରା ଆରମ୍ଭ କରିଛନ୍ତି |

ପ୍ରକାଶଥାଉକି ଉକ୍ତ ଚାମ୍ପିଅନସିପି ରେ ଭଲ ପ୍ରଦର୍ଶନ କଲେ ଯୋଗ୍ୟତାନୁସାରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ ଥାଙ୍ଗ-ଟା ଗେମ୍ସ ଏବଂ ଏସିଆନ ଓ ୱାର୍ଲଡ ଥାଙ୍ଗ-ଟା ପ୍ରତିଯୋଗିତା ରେ ଭାଗନେବା ନିମନ୍ତେ ସୁଯୋଗ ଦିଆଯିବ ବୋଲିମଧ୍ୟ ଜାତୀୟ ସଂଘ ପକ୍ଷରୁ ସୂଚନା ମିଳିଛି |

ଆଗାମୀ ଜାତୀୟ ପ୍ରତିଯୋଗିତା ରେ ଓଡିଶା ର ଭଲପ୍ରଦର୍ଶନ ଆଶା କରି ଓଡିଶା ଥାଙ୍ଗ-ଟା ଆସୋସିଏସନ ର ପ୍ୟାଟରନ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ରାଜ୍ୟ ଅଧ୍ୟକ୍ଷ ଡ଼. ଜ୍ଞାନ ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ବ୍ୟାସଦେବ ପାତ୍ର, ଡେପୁଟି ଟେକ୍ନିକାଲ ନିର୍ଦେଶକ ମନୋଜ କୁମାର କୁସ୍ୱାହା ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ଚନ୍ଦ୍ର ଶେଖର ବହୁକ, ଚିତ୍ତରଞ୍ଜନ ସାହୁ, ଟେକ୍ନିକାଲ ସେକ୍ରେଟାରୀ ସଞ୍ଜୟ କୁମାର କିଷାନ, କାର୍ଯ୍ୟକାରିଣୀ କମିଟି ସଦସ୍ୟ ସୁରଜ ପୁଜାହାରୀ, ସୁଧୀର ବାରିକ, ସରୋଜ କୁମାର ପଟ୍ଟନାୟକ, ରାଜ୍ୟ TSR ଅଫିସିଆଲ ରୁପେଶ ଅଧିକାରୀ ଙ୍କ ସମେତ ବିଭିନ୍ନ ମହଲରୁ ସମସ୍ତ ଥାଙ୍ଗ-ଟା ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରାଯାଇଛି |

ଓଡିଶା ଦଳରେ ରହିଛନ୍ତି: ବରପାଲି (ବରଗଡ଼) ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲ ର ସ୍ନିଗ୍ଧାରାଣୀ ନାୟକ, ଲଭଲି ସାହୁ, ଉତ୍ପଳ ପ୍ରଧାନ, ତନିସ୍କା ପାଣିଗ୍ରାହୀ, ନନ୍ଦିନୀ ବିଶ୍ୱାଳ, ଆୟୁଷ ନେଗୀ, ଅଭିଷେକ ପଣ୍ଡା, ଘେଁଶ କଲେଜ (ବରଗଡ) ଛାତ୍ର ମାନକ କୁମାର ବଗର୍ତି, GIST ପଦ୍ମପୁର (ବରଗଡ) ର ଛାତ୍ର ଅଭିଷେକ ପାରୁଆ ଯାଦବ, ସୋହେଲା ପବ୍ଲିକ ସ୍କୁଲ ର ପ୍ରକୃତି ରଞ୍ଜନ ସିଂ, ଉମରକୋଟ (ନବରଂଗପୁର) ର ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଛାତ୍ର ରୁଦ୍ରପ୍ରତାପ ବିଶ୍ୱାସ

0
0
0
s2sdefault