ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଚଳିତ ବର୍ଷ 60 ଜଣ ଙ୍କର ହେବ ନାମଲେଖା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ସମାଜ ର ସେବା ପାଇଁ ପ୍ରତିଷ୍ଠା ହେବା ପରଠାରୁ ଅନେକ ଡାକ୍ତର ସମାଜ କୁ ପ୍ରଦାନ କରିଛି । ଏହି ଅନୁଷ୍ଠାନ ର ଅଭିଜ୍ଞ ବିଶେଷଜ୍ଞ ଶିକ୍ଷାବିତ ମାନଙ୍କ ଦ୍ୱାରା ଶିକ୍ଷାଦାନ ର ମାନ ଅତି ଉନ୍ନତ ମାନର । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକତା ମୁତାବକ ଭିତ୍ତିଭୂମି ଓ ଅଭିଜ୍ଞ ଶିକ୍ଷାବିତ ମାନଙ୍କ ଉପସ୍ଥିତି କାରଣରୁ ଚଳିତ ବର୍ଷ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କୁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ଦ୍ୱାରା ଆସନ୍ତା ଶିକ୍ଷାବର୍ଷ ପାଇଁ 60 ଗୋଟି ସିଟ ପାଇଁ ସ୍ୱୀକୃତି ପ୍ରାପ୍ତ ହୋଇଛି । ଖୁବ ଶୀଘ୍ର OJE ମାଧ୍ୟମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅନୁଷ୍ଠାନ ର ସମ୍ପାଦକ ତଥା ମୁଖ୍ୟ ପରିଚାଳକ ଶ୍ରୀ ମନୋଜ କୁମାର ତ୍ରିବେଦୀ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ BAMS ପ୍ରଥମ ବର୍ଷରେ ନାମ ଲେଖା ପାଇଁ ରାଜ୍ୟରେ ଅବସ୍ଥିତି କୋଣସି ସରକାରୀ ଆୟୁର୍ବେଦ କଲେଜ କୁ ସ୍ୱୀକୃତି ଏ ପର୍ୟ୍ଯନ୍ତ ପ୍ରଦାନ କରାଯାଇ ନାହିଁ ।

0
0
0
s2sdefault