ଗବେଷଣା କ୍ଷେତ୍ରରେ ଏସିଆର ଶ୍ରେଷ୍ଠ ପ୍ରତିଶ୍ରୁତିପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨୬/୧୧: ଗବେଷଣା କ୍ଷେତ୍ରରେ ଏସିଆ ମହାଦେଶର ସବୁଠାରୁ ପ୍ରତିଶ୍ରୁତିପୂ୍‌ର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ଏଜୁକେସନ୍ ପୋଷ୍ଟ ପତ୍ରିକା ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମନୋନୀତ କରାଯାଇଛି । ଶୁକ୍ରବାର ଗୋଆ ଠାରେ ଆୟୋଜିତ ଏସିଆ ପାସିଫିକ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଆୱାର୍ଡ୍ସ ସମିଟ ୨୦୨୨ (ଏପିଇଟିଏ-୨୦୨୨)ର ଚତୁର୍ଥ ସଂସ୍କରଣରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି ସମ୍ମାନକୁ ସୋଆ ପକ୍ଷରୁ ନିର୍ଦ୍ଦେଶକ ଡଃ ମହେନ୍ଦ୍ର ପ୍ରସାଦ ଗ୍ରହଣ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଥିଲା ନୂତନ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଭବିଷ୍ୟତ ।
ଏହି କାର୍ଯ୍ୟକ୍ରମରେ ଗୋଆ ସରକାରଙ୍କର ଶିକ୍ଷା ବିଭାଗ ସଚିବ ଶ୍ରୀ ସର୍‌ପ୍ରୀତ ସିଂ ଗିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁନେ ସ୍ଥିତ ସୂର୍ଯ୍ୟଦତ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ପ୍ରତିଷ୍ଠାତା ସଭାପତି ଓ ଅଧ୍ୟକ୍ଷ ଡଃ ସଞ୍ଜୟ ବି. ଚୋର୍ଡିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।
ଏଜୁକେସନ୍ ପୋଷ୍ଟ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁଯାୟୀ ଶୈକ୍ଷିକ କ୍ଷେତ୍ରରେ ଅବଦାନ ନିମନ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଏହି ସମ୍ମିଳନୀରେ ସମ୍ମାନୀତ କରାଯାଇଥିଲା ।
ସୋଆ ବିଶ୍ୱବିଦ୍ୟାଳୟ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୨ ରେ ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ୧୬ ଜଣ ଗବେଷକ ସ୍ଥାନ ପାଇଥିଲେ ।
ଏହି ଅବସରରେ ଏଜୁକେସନ୍ ପୋଷ୍ଟ ଏବଂ ଶିକ୍ଷା ସଭା ଟିଭିର ମୁଖ୍ୟ ସଂପାଦକ ଶ୍ରୀ ଶିବ ଶଙ୍କର ଶର୍ମା ସମ୍ମିଳନୀରେ ସମ୍ମାନୀତ ହୋଇଥିବା ସମସ୍ତ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଥିଲେ । ଏଜୁକେସନ୍ ପୋଷ୍ଟ ହେଉଛି ଏକ ପତ୍ରିକା ଯାହାକି ଭାରତରେ ଉଚ୍ଚ ଶିକ୍ଷା କ୍ଷେତ୍ର ଏବଂ ବର୍ତମାନର ପରିସ୍ଥିତିକୁ ନେଇ ସମୀକ୍ଷା କରିଥାଏ ।

0
0
0
s2sdefault