ହେଡଲାଇନସ୍:

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୟଦେବ ବିହାର ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର/ଶାସକ ପ୍ରଶାସକ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରେନ୍ ମିତ୍ରଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ସକାଳେ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏହି ଜନନେତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗଏବଂ ବୀରେନ୍ ମିତ୍ର ଫାଉଣ୍ଡେସନ କମିଟିର ମିଳିତ ଆନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆୟୋଜିତମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ଉତ୍କଳ ସମ୍ମିଳନୀ ଏବଂ ଉଇ ଫର ଭୁବନେଶ୍ୱର ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ବିରେନ୍ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଅତିଥି ଭାବେ ଯୋଗଦେଇବୀରେନ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରି ବିଧାୟକ ଶ୍ରୀ ସାମଲ କହିଲେ ଯେ, ବୀରେନ୍ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଓ ଦକ୍ଷ ସଂଗଠକ ଥିଲେ । ଜଣେହୃଦୟବାନ ବ୍ୟକ୍ତିତ୍ୱ, ନିଃସ୍ୱାର୍ଥପର ସମାଜସେବୀ ଏବଂସ୍ୱାଧୀନୋତ୍ତର ଓଡିଶାର ଉନ୍ନତି ଓ ରାଜନୈତିକ ପଟ୍ଟଭୂମିରେ ବୀରେନ୍ ମିତ୍ରଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ହୋଇ ରହିବେ ବୋଲି ଶ୍ରୀ ସାମଲ କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, ବରିଷ୍ଠ ସୂଚନା ଅଧିକାରୀ ତଥା ପ୍ରକାଶନ ପରିଚାଳକ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ବୀରେନ୍ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ‘ଉଇ ଫର ଭୁବନେଶ୍ୱର’ ଅନୁଷ୍ଠାନ ତରଫରୁ ବୀରେନ୍ ମିତ୍ର ଫାଉଣ୍ଡେସନର ଯୁଗ୍ମ ସଂପାଦକ ଶ୍ରୀ ସୁଧାଂଶୁ ଶେଖର ତ୍ରିପାଠୀଙ୍କ ସହ ୫ଜଣ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଶ୍ରୀ ଗିରିଜା ଶଙ୍କର ମହାପାତ୍ର, ଶ୍ରୀରମେଶ ଚନ୍ଦ୍ର ପାତାଳ ସିଂଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ବହୁସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏଠାରେ ପ୍ରତିମୂର୍ତ୍ତିସ୍ଥଳକୁ ପୁଷ୍ପମାଲ୍ୟରେସଜ୍ଜା ଯାଇଥିଲା ।

0
0
0
s2sdefault