ହେଡଲାଇନସ୍:

ସିଇଓଙ୍କୁ ଭେଟିଲା ବିଜେଡି : ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବିଜେପି ନେତାଙ୍କ ଗିରଫଦାରୀ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଦୁଇଦିନ ତଳେ ସାକ୍ଷାତ କରି ଅଭିଯୋଗ କରିବା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଯୋଗୁ ଆଜି ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଉଦ୍ବେଗ ଜଣାଇଛି ବିଜେଡି ପ୍ରତିନିଧି ଦଳ |
ଆଜି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ପଦମପୁର ଉପନିର୍ବାଚନ ବେଳେ ବିଜେପି ତାର କର୍ମୀଙ୍କ ଦ୍ୱାରା ଗୁଣ୍ଡାଗର୍ଦ୍ଦି ଓ ଧମକ ଚମକ ଚଳାଇଛି । ଦହିଗାଁ ପଞ୍ଚୟତରେ ସଂଜୁ ବରିହାଙ୍କୁ ବିଜେପି ନେତା ରିଙ୍କୁ ମେହେର ଏବଂ ଅନ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ହୋଇପଡିଥିଲେ ସଂଜୁ ବରିହା । ବିଜେଡି ରାଲିରେ ଯିବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ନାଁରେ ସ୍ଲୋଗାନ ପକାଇଥିବାରୁ ବିଜେପି ନେତାମାନେ ଆକ୍ରମଣ କରିଥିଲେ । ହେଲେ ଅଭିକୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ଦାବି କରିଛନ୍ତି ବିଜେଡି ଟିମ୍ । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓମପ୍ରକାଶ ସାହୁ, ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡା, ମଧୁସ୍ମିତା ନାୟକ, ସ୍ଵାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault