ହେଡଲାଇନସ୍:

କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଜେପି ଦ୍ୱାରା ପ୍ରଲୋଭନ ଓ ଧମକ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ ଥାନାରେ ଅଭିଯୋଗ କଲେ ଟେମରି ଗ୍ରାମବାସୀ

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ଆଜି ପାଇକମାଲ ବ୍ଲକ ଟେମରି ଗ୍ରାମବାସୀ ମାନଙ୍କ ଦ୍ୱାରା ଏକ ସାଙ୍ଘାତିକ ଅଭିଯୋଗ ପାଇକମାଲ ଥାନା ରେ କରାଯାଇଛି । ଟେମରି ଗ୍ରାମର ପ୍ରାୟ କୋଡିଏ ରୁ ଅଧିକ ମହିଳା ଓ ପୁରୁଷ ପାଇକମାଲ ଥାନା ଅଧିକାରୀ ଙ୍କର ସମ୍ମୁଖରେ ହଜାର ହୋଇ ଲିଖିତ ଅଭିଯୋଗ କରିଥିଲେ ଯେ ସେହି ଟେମରି ଗ୍ରାମର ଚୁଡାମଣି ପାଣିଗ୍ରାହୀ ଓ ନିକଟବର୍ତ୍ତି ଗ୍ରାମର ମହେନ୍ଦ୍ର ପ୍ରଧାନ ନାମକ ଦୁଇଜଣ କେନ୍ଦୁପତ୍ର ବିଭାଗ ର ଅସ୍ଥାୟୀ କର୍ମଚାରୀ ଗତକାଲି ଟେମରି ବଜାର ପ୍ରାଙ୍ଗଣ ହୋଇଥିବା ଭାରତୀୟ ଜନତା ପାର୍ଟି ର ବୈଠକ ରେ ଯୋଗ ଦେବା ପାଇଁ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ପ୍ରଲୋଭନ ଦେବା ସହିତ ଧମକ ଦେଉଥିଲେ । ଗ୍ରାମବାସୀ ଙ୍କର ଲିଖିତ ଅଭିଯୋଗ ଅନୁସାରେ ଉକ୍ତ ଦୁଇ ବ୍ୟକ୍ତି , ତୁମେ ମାନେ ବିଜେପି ମିଟିଂ କୁ ଗଲେ ବୋନସ ବାବଦକୁ ଏକ ହଜାର ଟଙ୍କା ମିଳିବ ।ଆଉ ନ ଗଲେ ତୁମର ପତ୍ରଫଡ଼ି କାର୍ଡ କଟିଯିବ ବୋଲି କହିଥିଲେ । ଏହା ସହିତ ଅଭିଯୋଗ ମୁତାବକ ଉକ୍ତ ଦୁଇ ବ୍ୟକ୍ତି ମହିଳା ମାନଙ୍କ ସହିତ ଅଶାଳୀନ ବ୍ୟବହାର ମଧ୍ୟ କରିଥିଲେ । ବର୍ତ୍ତମାନ ପରିସ୍ଥିତି ରେ ଉକ୍ତ ଦୁଇ ବ୍ୟକ୍ତି ଙ୍କର ପରୋକ୍ଷ ଭାବରେ ଏହିଭଳି କାର୍ଯ୍ୟ କୁ ଟେମରି ଗ୍ରାମ ବାସୀ ଙ୍କର ଦ୍ୱାରା ବିରୋଧ କରାଯାଇ ଆଜି ପାଇକମାଲ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ଝାରବନ୍ଧ ବ୍ଲକ କୁର୍ଲୁପାଲି ଗ୍ରାମପଞ୍ଚାୟତ ର ଦାବପାଳି ରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ତେଣୁ ଏହିଭଳି କାର୍ଯ କଳାପ କୁ ତୁରନ୍ତ ରୋକାଯିବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

0
0
0
s2sdefault