ହେଡଲାଇନସ୍:

ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଶାସକ ପ୍ରଶାସକ: ସ୍ଵରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବର୍ଷ ୨୦୨୨ ର ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ନଭେମ୍ବର ୨୧ଓ ୨୨ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି | ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ତଥା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ଵାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ପରିଷଦର କାର୍ଯ୍ୟକାରୀ ସଭାପତି ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ | ସାଧାରଣ ସମ୍ପାଦକ ଶ୍ରୀ ବିଜୟ ସ୍ୱରୂପ ପଣ୍ଡା ପରିଷଦର ବାର୍ଷିକ ବିବରଣୀ ପାଠ ଜରିଆରେ ଚଳିତ ବର୍ଷ ପରିଷଦ କରିଥିବା କେତେକ ଉଲ୍ଲେଖନୀୟ କାର୍ଯ୍ୟର ସୂଚନା ଦେଇଥିଲେ | ଏହି ଅବସରରେ ପରିଷଦର ବାର୍ଷିକ ପତ୍ରିକା ସ୍ମରଣିକା -୨୦୨୨ ଅତିଥି ମାନେ ଉନ୍ମୋଚନ କରିଥିଲେ ।
ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ପରିଷଦ ଦ୍ୱାରା ପୂବାଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ପରିଷଦର ସଭା/ସଭ୍ୟା ମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପଦକ୍ଷେପ ଉଚ୍ଚ ପ୍ରଶଂସା କରିଥିଲେ | ସମ୍ମାନିତ ଅତିଥି ଡ଼. ଵାଲା ପରିଷଦର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ପରିଷଦ ଜନହିତକର କାର୍ଯ୍ୟମାନ କରିବାକୁ ଉପଦେଶ ଦେଇଥିଲେ | କ୍ରୀଡା, ସାଇକେଲ ଚାଳନା ଏବଂ ଅନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଦେଖାଇଥିବା, ସଭ୍ୟ ସଭ୍ୟା ମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା. ସଭାକାର୍ଯ୍ୟ ପରେ ବିଭାଗ ର କଳାକାର ମାନଙ୍କ ଦ୍ୱାରା ସଂଗୀତ , ସମ୍ବଲପୁରୀ , ଓଡିଶୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା | ତା.୨୨ରିଖ ସନ୍ଧ୍ୟାରେ ଶ୍ରୀ ପ୍ରୀତି ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ହାସ୍ୟରସାତ୍ମକ ନାଟକ \"ଅସଲି କିଏ\" ବିଭାଗର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ କରାଯାଇଥିଲା | ଏଥିରେ ଶ୍ରୀ ଅମରେନ୍ଦ୍ର ବେହେରା, ସୁନାଚାନ୍ଦ ପ୍ରଧାନ, ତନ୍ମୟ କୁମାର ମହାପାତ୍ର , ଆଲୋକ ବେଉରା, ବିମଲ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault